ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ “ଚେସ୍” ପ୍ରତିଯୋଗିତା-୨୦୧୯-୨୦ 

3

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଜ-ସିତପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବାଞ୍ଚଳ ଅନ୍ତଃ-ବିଶ୍ୱବିଦ୍ୟାଳୟ “ଚେସ୍” ପ୍ରତିଯୋଗୀତା-୨୦୧୯-୨୦ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଯାଇଛି ।

    ଏହି ପ୍ରତିଯୋଗିତାରେ ପୂର୍ବାଞ୍ଚଳରୁ ପଶ୍ଚିମବଙ୍ଗ ,ଛତିଶଗଡ଼ , ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ , ଆସାମ , ମଣିପୁର , ବିହାର ଓ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

    ପ୍ରତିଯୋଗିତାର ଉଦ୍ ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଡ଼ଃ . ସୁପ୍ରିୟା ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଏବଂ ରେଜିଷ୍ଟ୍ରାର ଡ଼ଃ. ଅନିତା ପାତ୍ର ସମ୍ମାନିତ ଅତିଥି ରୁପେ ଯୋଗ ଦେଇ ଚେସୄ” ପ୍ରତିଯୋଗୀତାକୁ ଉଦ୍ ଘାଟନ କରିଥିଲେ ।

    ଉପ-କୁଳପତି ଡ଼ଃ ସୁପ୍ରିୟା ପଟ୍ଟନାୟକ ପ୍ରତିଯୋଗୀତାର ଉଦ୍ ଘାଟନ ହେବାର ଘୋଷଣା କରି ତାଙ୍କ ବକ୍ତବ୍ୟରେ ମୁଖ୍ୟତଃ ଶିକ୍ଷା ସହିତ କ୍ରୀଡ଼ାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦେଇ କୌଣସି ଏକ ଖେଳ ନିଷ୍ଠାର ସହ ଶୃଙ୍ଖଳିତ ଭାବେ ଅଭ୍ୟାସ ଜାରି ରଖିଲେ ଭବିଷ୍ୟତରେ ସେ ଜଣେ ପ୍ରତିଷ୍ଠିତ ତଥା  ଖେଳାଳି ହୋଇଥାଏ ବୋଲି କହିଥିଲେ ।

    ସମ୍ମାନିତ ଅତିଥି ରେଜିଷ୍ଟ୍ରାର ଡ଼ଃ. ଅନିତା ପାତ୍ର ତାଙ୍କ ବକ୍ତବ୍ୟରେ ଖେଳାଳି ମାନେ ସବୁବେଳେ ଖେଳୁଆଡ଼ ମନୋଭାବ ନେଇ ଶୃଙ୍ଖଳିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଉଚିତ ପରାମର୍ଶ ଦେଇଥିଲେ ।

    ଏହା ପରେ ପରେ  ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ ।

    ଶେଷରେ ପ୍ରତିଯୋଗିତା ସଂଯୋଜନା କମିଟିର ସମ୍ପାଦକ ଡ଼ଃ . ଇଟ ରାଜୁ , ଗୋବିନ୍ଦ ରାଓ ଏବଂ  ରବି ନାରାୟଣ ରାଉତରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସର୍ବ-ପ୍ରଥମ ପାଇଁ  ଏହି ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ସ୍ତରୀୟ “ଚେସ୍” ପ୍ରତିଯୋଗିତା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଅଛି ବୋଲି ସୂଚନା ଦେଇଥିଲେ ।

    ଏହି ପ୍ରତିଯୋଗିତା ଭାରତୀୟ କ୍ରୀଡା ପ୍ରାଧିକରଣ ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଅଛି । ଏହି ପ୍ରତିଯୋଗିତାର ସଫଳ ଆୟୋଜନ ନିମନ୍ତେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର  ସଦିପନ ପାଇନ , ଛାତ୍ର କଲ୍ୟାଣ ଅଧିକ୍ଷକ ଡ଼ଃ . ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ  ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ଓ ସ୍ବେଛାସେବୀ ମାନଙ୍କ ଯୋଗଦାନ ଫଳରେ  ଏହି ପ୍ରତିଯୋଗିତାର ସଫଳ ଆୟୋଜନ ହୋଇପାରିଛି ।

Leave A Reply

Your email address will not be published.