ବୌଦ୍ଧ ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର 

3

(ବୌଦ୍ଧ /ମୋତିଲାଲ୍ ଯୋଶୀରା) : ବୌଦ୍ଧ ବନବିଭାଗ ଦ୍ୱାରା ଏକ ବିଲୁପ୍ତ ପ୍ରାୟ ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।  ବୌଦ୍ଧ ରେଞ୍ଜ ଅଫିସର ଆଶିଷ କଂହରଙ୍କ ନେତୃତ୍ୱରେ ଫରେଷ୍ଟର ଗୋବର୍ଦ୍ଧନ ମେହେର, ଚିତ୍ତରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳି ମେହେର ଏବଂ ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର ସାହୁ,ପ୍ରଦୀପ କୁମାର ସାହୁ, ପ୍ରକାଶ କୁମାର ପ୍ରଧାନ, ସୁବ୍ରତ କୁମାର ପ୍ରଧାନ, ସୁନିଲ କୁମାର ମାଝୀ, ରବୀନ୍ଦ୍ର କୁମାର ବାରିକ, ପ୍ରଦ୍ୟୁମ୍ନ ପ୍ରଧାନ, ଜିତୁରାଣୀ ସାହୁ ପ୍ରମୁଖ ପୁତନା ସଂରକ୍ଷିତ ଜଙ୍ଗଲ ରେ ଚଢ଼ାଉ କରିଥିଲେ। ଚାଲାଣ ହେବାକୁ ଥିବା ଏହି ବଜ୍ରକାପ୍ତା କୁ ଜଙ୍ଗଲ ମଧ୍ୟରେ ଚାଲାଣ କାରୀ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ବନବିଭାଗ ତରଫରୁ ଚଢ଼ାଉ କରାଯାଇ ବଜ୍ରକାପ୍ତାଟି ଉଦ୍ଧାର କରିଥିଲେ |  ବଜ୍ରକାପ୍ତାଟିର ଓଜନ ପ୍ରାୟ ୧୨ କିଲୋଗ୍ରାମ ହେବ ବୋଲି ଜଣାପଡିଛି 

 

 

Leave A Reply

Your email address will not be published.