ପଦ୍ମପୁର- ସାର୍ବଜନୀନ ମା ଶ୍ୟାମା କାଳୀଙ୍କ ପୂଜନୋତ୍ସଵ ଅବସରରେ ପଦ୍ମପୁର ହନୁମାନ ପଡ଼ାଠାରେ ଗତ କାଲି ବୋଡାସମ୍ବର ଲୋକ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ତ୍ରିପୁରାସୁର ଦରବାର ତଥା ଲୋକ ମହୋତ୍ସବକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ । ଯୁବନେତା ପ୍ରଶାନ୍ତ ମହାନ୍ତି ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିଲେ । ତ୍ରିପୁରାସୁର ଭୂମିକାରେ ବିଜୟ ଦେବତା ଅତ୍ୟନ୍ତ ନିଖୁଣ ହୋଇ ପରିଥିବା ବେଳେ ଲୋକକଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା । ଦୀର୍ଘ 31 ବର୍ଷ ଧରି ହନୁମାନ ପଡ଼ାଠାରେ ହେଇ ଆସୁଥିବା ଏହି କାଳୀ ପୂଜାର ଏକ ବିଶେଷତ୍ୱ ରହିଛି ଯେ ଏଠାକାର କାକରା ଭୋଗ । ପ୍ରତି ବର୍ଷ ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ମହିଳାମାନେ ଏଠାରେ ମାଙ୍କ ଠାରେ ନିଜ ମନସ୍କାମନା ପୁରଣ ପାଈଁ କାକରା ଭୋଗ ଲାଗି କରନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ଅଜିତ ଶତପଥୀ, ଉପସଭାପତି ଧରମ ପାଢ଼ୀ ଓ ମୁନା ଭୋଇ, ସମ୍ପାଦକ ପ୍ରିତେଶ ବହିଦାର, କୋଷାଧ୍ୟକ୍ଷ ଶ୍ୟାମଳ ଦାସ, ସରୋଜ ବହିଦାର, ନରସିଂହ ପଟ୍ଟନାୟକ, ଅଶୋକ ବହିଦାର, ପ୍ରମୋଦ ନାଥ, ସଂଜୀବ ବହିଦାର, ସୁରଞ୍ଜିତ ବହିଦାର, ସୁବାସ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।ଏହି ଅବସରରେ ପଦ୍ମପୁର ଅଞ୍ଚଳର ସୁନାମଧନ୍ୟ ବଲିଉଡ କଲାକାର ଜଗନ୍ନାଥ ସେଠଙ୍କୁ ବୋଡାସମ୍ବର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.