ଦୀପାବଳୀରେ  ନିଆରାପରମ୍ପରା – ପିତୃପୁରୁଷଙ୍କୁ ସାମୁହିକ ଦୀପଦାନ( SEE VIDIO)

3

(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମରେ ପାଳିତ ହୋଇଛି  ଆଲୋକର ପର୍ବ ଦୀପାବଳୀ ପର୍ବ I ଏହି ଅବସରରେ ବେଲାଦୁଲା  ଗ୍ରାମରେ ପିତୃପୁରୁଷଙ୍କୁ ଏକ ନିଆରା ଢଙ୍ଗରେ ଦୀପଦାନ କରିଛନ୍ତି I ଶହ ଶହ  ବର୍ଷହେଲାଣି ଏହି ପର୍ବ ପାଳିତ ହୋଇଆସୁଛି I ଚାଉଳକୁ ବାଟି ପିଠଉ ପ୍ରସ୍ତୁତ କରି, ସେହି ପିଠଉରେ ଦୀପ ପ୍ରସ୍ତୁତ କରି ଆଖୁଖଣ୍ଡର ଉପରେ ସେହି ଦୀପ ଲଗେଇ ଗ୍ରାମର ପରିଭ୍ରମଣ କରିବା ସହିତ ଏକ ଲୋକଗୀତ ଗାନ କରିଥାନ୍ତି I ଏହି ଦୀପ ପିତୃପୁରୁଷଙ୍କ ଉଦ୍ଯେଶ୍ୟରେ ଦାନ କରାଯାଇଥାଏ I ଏହି ପର୍ବରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ହୋଇଥାନ୍ତି I ଏହି ପର୍ବକୁ  ବିଶେଷଭାବରେ ଗ୍ରାମର ପ୍ରତାପ ମେହେର, ସରୋଜ ମେହେର,ଦୁଃଖୀଶ୍ୟାମ ମେହେର ରାଜୀବ ମେହେର ଆୟୋଜନ କରିଛନ୍ତି I

Leave A Reply

Your email address will not be published.