ଚୋରି ବା ଦୁର୍ନୀତି ନକରିବାକୁ ନେଲେ ଶପଥ 

3

 ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର ଦୁର୍ନୀତି ନିର୍ବାରଣ ଉପଲକ୍ଷେ ଶପଥ ପାଠ ଗ୍ରହଣ

ଭୁବନେଶ୍ୱର(ଶାସକ ପ୍ରଶାସକ): ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଖାରବେଳ ଭବନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଦୁର୍ନୀତି ନିର୍ବାଣ ସପ୍ତାହ ପାଳନ ଅବସରରେ ଏକ ଶପଥ ପାଠ ଆୟୋଜିତ ହୋଇଯାଇଛିା ବିଭାଗୀୟ କମିଶନର ତଥା ଶାସନ ସଚିବ ହେମନ୍ତ ଶର୍ମା ଉଭୟ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ | ଦେଶର ଉନ୍ନତି କଳ୍ପେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଦୁର୍ନୀତି ହିଁ ବାଧକ ସାଜିଥାଏ | ସରକାରୀ, ବେସରକାରୀ ସଂସ୍ଥା ଏବଂ ନାଗରିକମାନଙ୍କର ଉତ୍ତରଦାୟିତ୍ୱ ରହିଛିା ସମସ୍ତେ ଦୁର୍ନୀତିର ମୂଳପୋଛ କରିବା ଏହାକୁ ସଂପୂର୍ଣ୍ଣ ବିରୋଧ କରିବା ଦିଗରେ ନିଜର କର୍ତ୍ତବ୍ୟ ସାଧନ କରିବା ଆବଶ୍ୟକ ବୋଲି କମିଶନର ତଥା ଶାସନ ସଚିବ ଶ୍ରୀ ଶର୍ମା ଜଣାଇଥିଲୋ

ଶିଳ୍ପ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଯୁଗ୍ମ ଶାସନ ସଚିବ ଶିବ ନାରାୟଣ ସାହୁ, ଉପଶାସନ ସଚିବ ମାନସୀ ମାନ୍ଧାତା ଏବଂ ଉଭୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ | 

Leave A Reply

Your email address will not be published.