୨୦୧୯ରେ ଓଡିଶାରେ ବିଜେପି ସରକାର ନେଇ ଅମିତ ଶାହଙ୍କ ବକ୍ତବ୍ୟକୁ ଦୋହରାଇଲେ
ତ୍ରିପୁରାରେ ବାମ ଗଡର ସର୍ଦାର ମାଣିକ ସରକାରଙ୍କ ସହ ଓଡିଶାର ସ୍ଥାଣୁ, ଅପାରଗ ସରକାରର ମହାନାୟକ ନବୀନ ପଟ୍ଟନାୟକଙ୍କ ଅନେକ ସମାନତା ରହିଛି
ନବୀନ ପଟ୍ଟନାୟକ ୨୦୧୯ରେ ମାଣିକ ସରକାରଙ୍କ ଦଶା ଭୋଗିବେ
ନବୀନଙ୍କ ଛଦ୍ମ ମୁଖା ତଳେ ଚିଟଫଣ୍ଡିଆ ନେତା, ପିସି ସର୍ଦାର ତଥା ସରକାରୀ କଳ ଓ ପୋଲିସର ବ୍ୟାପକ ରାଜନୈତିକ ବ୍ୟବହାର ସହ ବିପକ୍ଷ ରାଜନୈତିକ ସମର୍ଥକ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାରର ହତ୍ୟା କରା ଯାଉଛି
ମାଣିକ ସରକାରଙ୍କ ଦୀର୍ଘ ବର୍ଷର ରାଜନୈତିକ ଯାତ୍ରାକୁ ତ୍ରିପୁରାବାସୀ ନିର୍ଣାୟକ ଭାବରେ ପ୍ରତ୍ୟାଖ୍ୟାନ କରିବା ପରି ଓଡିଶାବାସୀ ୨୦୧୯ରେ ୧୯ ବର୍ଷର ଦୁର୍ନୀତି, ରାଜନୈତିକ ହିଂସା, ପାତର ଅନ୍ତର ରାଜନୀତି ତଥା ସରକାରୀ ପ୍ରୋତ୍ସାହିତ ହିଂସା ଓ ଅତ୍ୟାଚାର ବିରୁଦ୍ଧରେ ନିର୍ଣାୟକ ମତ ଦେବେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରକୁ ବଡ ଆକାରରେ ପ୍ରଚାର କରୁଥିବା ବେଳେ ନବୀନଙ୍କ ପୂର୍ବ ବର୍ଷ ମାଣିକ ସରକାରଙ୍କୁ ମଧ୍ୟ ସେହି ସଂସ୍ଥା ତରଫରୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ଭୂଷିତ କରା ଯାଇଥିଲା
ଓଡିଶା, ପଶ୍ଚିମ ବଙ୍ଗ ଓ କେରଳରେ ବିଜେପି ସରକାର ପ୍ରତିଷ୍ଠା ନ ହେବା ଯାଏ ବିଜେପିର ସ୍ୱର୍ଣ ଯୁଗ ଆସି ପାରିବ ନାହିଁ
