ଯାଦବ ସମାଜର ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଓ ନୂଆଖାଇ ଭେଟଘାଟ

1

ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଯାଦବ ସମାଜ ତରଫରୁ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ଓ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନୂଆପଡାସ୍ଥିତ ଯାଦବ ସମାଜର ସଭାଗୃହରୁ ଏକ ସଭାଯାତ୍ରା ବାହାରି ବାଜାଗାଜା ସହନଗର ପରିକ୍ରମା  କରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା । ତାପରେ ଏକ ସାଧାରଣ ସଭା ଅନୁଷ୍ଠିତ  ହୋଇଥିଲା । ମୂଖ୍ୟ ଅତିଥି ରୂପେ ଛତିସଗଡ ଖଲ୍ଲାରୀ ବିଧାୟକ ଦ୍ୱାରିକାଧିଶ ୟାଦବ ଓ ସମ୍ମାନୀତ ଅତିଥି ରୂପେ ହରେରାମ ଠାକୁର, ଧର୍ମଗଡ ବିଧାୟକ ମହୁଷଧି ବାଗ, ପଦ୍ମଶ୍ରୀ ଉପାଧି ପ୍ରାପ୍ତ  ଲୋକକବି ହଳଧର ନାଗ, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ ପ୍ରଦିପ କୁମାର ବେହେରା, ମହାସଚିବ ଉତ୍କଳ  ଯାଦବ ମହାସଭାର ଲମ୍ବୋଦର ନିଆଲ, ସଭାପତି ହରେରାମ କଠାର ଆଦି ଉପସ୍ଥିତ ରହିଥିଲେ । ମୂଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରର୍ଜୋଳନ କରାଯାଇଥିଲା । ସମାଜର ଉନ୍ନତି ନିମନ୍ତେ ଉପସ୍ଥିତ ଅତିଥିମାନେ ନିଜନିଜର ମତ ବ୍ୟକ୍ତ କରିଥିଲେ । ଭରତ କୁମାର ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରତନ କେତକୀ, ରାହୁଲ ୟାଦବ, ଘନଶ୍ୟାମ ଭୋଇ, ଗଜେନ୍ଦ୍ର ନିଆଲ, ଭବାନୀ ଶଙ୍କର ବଗତ୍ତୀ, ଆଦି ସହଯୋଗ କରିଥିଲେ ।   

Leave A Reply

Your email address will not be published.