ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଲୋକର ପର୍ବ ଦୀପାବଳି ପାଳନ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଲୋକର ପର୍ବ ଦୀପାବଳି ଶିଶୁ ଭାଇ ଭଉଣୀଙ୍କ ସହ ମିଶି ମହାଆଡମ୍ବର ସହ ପାଳତ ହୋଇଯାଇଛି।

   ପ୍ରତ୍ୟେକ ବର୍ଷ ବିଦ୍ୟାଳୟରେ କିଛି ବିଷୟବସ୍ତୁକୁ ନେଇ ପାଳନ କରାଯାଏ ।ଚଳିତ ବର୍ଷର ବିଷୟବସ୍ତୁ ଥିଲା “କାଶ୍ମୀର ହାମରା ହେ”। ଗୋଟିଏ ଦୀପ ଆମ ଦେଶର ଜବାନ ମାନଙ୍କ ଉଦ୍ଦେଶ୍ୟ ରେ ଲଗାଇବା ପାଇଁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଶିଶୁ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସଦସ୍ୟଗଣ ଯଥା ପୂଜ୍ୟ ଶ୍ରୀ ରାମାନନ୍ଦ ମହାରାଜା,ସମ୍ପାଦକ  ରମେଶ ଚନ୍ଦ୍ର ସାହୁକାର, ଯନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ଦୀପାବଳି ପର୍ବ ପାଳନର ପୌରାଣିକ କାରଣ ଏବଂ  ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.