ବିଜେଡି କୋକସରାର ସଭ୍ୟ ସଂଗ୍ରହ ଓ ଜନସମ୍ପର୍କ ପଦଯାତ୍ରା 

2

ଧର୍ମଗଡ଼ ରୁ ସୁଶାନ୍ତ ରାଉତ: /କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜେଡି ସଭାପତି ଶ୍ରୀ ସୁଶାନ୍ତ ବେହେରାଙ୍କ ନେତୃତ୍ୱ ରେ ଆଜି ବ୍ଲକ ସ୍ତରୀୟ ବିଜେଡି ଜନସମ୍ପର୍କ ପଦଯାତ୍ରା ଗମ୍ଭାରୀ ଗୁଡା ଠାରୁ କୋକସରା ପର୍ଯ୍ୟନ୍ତ ଦଳର କର୍ମକର୍ତା ଓ ସଭ୍ୟ ମାନଙ୍କ ଉପସ୍ଥିତି ରେ ଆୟୋଜନ ହୋଇ ଯାଇଛି l

ନବୀନ ବାବୁଙ୍କ ଆଦର୍ଶ ଏବଂ ସ୍ଵଛ ଶାସନ ଆଜି ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ସୃଷ୍ଟି କରିପାରିବା ସହ ସମଗ୍ର ଦେଶରେ ଜଣେ ଶ୍ରେଷ୍ଠ  ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜୁ ଜନତା ଦଳକୁ ଆହୁରି ସକ୍ରିୟ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ପବିତ୍ର ଜନସମ୍ପର୍କ ପଦଯାତ୍ରା ଏବଂ ନୂତନ ସଭ୍ୟ ସଂଗ୍ରହ ଆରମ୍ଭ ହୋଇ ଯାଇଛି 

ଏହି ଅବସରରେ  ମୁଖ୍ୟଅତିଥି ଭାବେ ଧର୍ମଗଡ ବିଧାୟକ ମୋଉଷଧି ବାଗ ଯୋଗଦେଇ ନବୀନ ସରକାର ଙ୍କ ସ୍ୱଚ୍ଛ ଶାସନ ଆଜି ଓଡିଶା ପାଇଁ  ପ୍ରଗତି ର ବାଟ କଡେଇଛି ଏଣୁ ଓଡିଶା ର ବିକାଶ ଧାରା କେବଳ ବିଜେଡି ଦେଇପାରିବ ବୋଲି କହିଥିଲେ, ସମ୍ମାନିତ ଅତିଥି ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ, ଯୁବ ଆଦିବାସୀ ନେତା ଋତୁରାଜ ମାଝୀ,ରାଜ୍ୟ ଆଦିବାସୀ ସେଲ ର ସାଧାରଣ ସମ୍ପାଦକ ଇଂ ସୁଶୀଲ କୁମାର ଶବର,  ଦୁର୍ଗା ନାଏକ, ମହିଳା ମୋର୍ଚା ସଭାପତି କଲ୍ୟାଣି ନାଏକ କୋକସରା ବିଜେଡି ସଭାନେତ୍ରୀ ଅଶୋକା ନାଏକ ପ୍ରମୋଦ କୁମାର ପ୍ରଧାନୀ ଶିବରାମ ପାତ୍ର, ଆଶୁତୋଷ ପୁରୋହିତ ପ୍ରମୁଖ ଯୋଗଦାନ କରି ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ ଆଲୋକପାତ କରି ବିଜେଡି ରେ ସଭ୍ୟ ଭୁକ୍ତ ହୋଇ ନବୀନ ବାବୁ ଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ

 

Leave A Reply

Your email address will not be published.