ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ ଦାବି : ଦିତୀୟ ଦିନରେ ଅହରାତ୍ର ଗଣଧାରଣା 

0 2

ରାଜ କିଶୋରନଗର /ସୁଶାନ୍ତ ମହାନନ୍ଦିଆ:ରାଜ କିଶୋରନଗର:-ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ କରି ଜଳସେଚନ ପ୍ରକଳ୍ପ କୁ ପୁର୍ନକାର୍ଯ୍ୟକ୍ଷମ କରିବା ଦାବିରେ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ତରଫରୁ ଗତ କାଲିଠାରୁ ଆରମ୍ଭ ହୋଇଥିବା ଅହରାତ୍ର ଗଣଧାରଣା ଆଜି ମଧ୍ୟ ଚାଲୁ ରହିଛି। କମିଟିର ସଭାପତି ଦୀନବନ୍ଧୁ ପ୍ରଧାନ ଙ୍କ ସମେତ ଲକ୍ଷ୍ମଣ ବେହେରା ,ସୁବାସ ପ୍ରଧାନ, ହୃଦାନନ୍ଦ ବିଶ୍ୱାଳ, ଦୁର୍ଯ୍ୟୋଧନ ସାହୁ,ରମଣୀ ରଞ୍ଜନ ପ୍ରଧାନ, ତିବରୀ ବେହେରା, ରବୀନ୍ଦ୍ର ସାହୁ,ନାରିନେତ୍ରୀ ସରୋଜିନୀ ନାୟକ,ସୁରୁଚି ପ୍ରଧାନ, ଜାଗେଶ୍ୱର ପ୍ରଧାନ ପ୍ରମୁଖ ସ୍ଲୋଗାନ ଦେଇ ପ୍ରଶାସନକୁ ସ୍ୱଚ୍ଛ ଉତ୍ତରଦାୟୀ, ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର “୫ଟି “”ମୋ ସରକାର”ଭଳି ଯାଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ପ୍ରଚାର କରୁଥିବା ବେଳେ ଦୀର୍ଘଦିନ ଧରି ଦାବି କରିଆସୁଥିବା ଏବଂ୭ ଦିନ ପୂର୍ବରୁ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସତ୍ୱେ  ଆନ୍ଦୋଳନ ର ଦ୍ୱିତୀୟ  ଦିନରେ ବି କୌଣସି ପ୍ରଶାସନିକ ଅଧିକାରୀ ଆସି ଦାବି ସମ୍ପର୍କରେ ଆଲୋଚନା ନ କରିବା ସରକାର ଙ୍କର ଦୋମୁହଁ ନୀତିର ପରିଚୟ ବୋଲି ପ୍ରକାଶ କରିଥିଲେ ।”୫ଟି” ଯୋଜନା କାର୍ଯ୍ୟକାରୀ କରି ଅଯୋଗ୍ୟ ଧାରଣ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ  ଅବସର ନେଇଥିବା ବେଳେ ଦଳଗତ ବିଷୟରୁ ଅଯୋଗ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ ଜନମତକୁ ସମ୍ମାନ ଦେବା ଗୋଟିଏ ଜନମଙ୍ଗଳକାରୀ ସରକାରଙ୍କର ପ୍ରାଥମିକ ଦାୟିତ୍ୱ ହୋଇଥିବାବେଳେ ଖରା କାକରରେ ପଡିରହି ଆନ୍ଦୋଳନ କରୁଥିବା ଜନସାଧାରଣ ଙ୍କୁ ପ୍ରଶାସନ ଉପେକ୍ଷା ନ କରିବା ଏକ ଦୁର୍ଭାଗ୍ୟ ଜଣକ ବୋଲି ସେମାନେ ପ୍ରକାଶ କରିଥିଲେ । ଦାବି ସମ୍ପର୍କରେ ବୁଝାମଣା ନ ହେଲେ ଅହରାତ୍ର ଆନ୍ଦୋଳନ ଜାରି ରହିବ କମିଟି ତରଫରୁ କୁହାଯାଇଛି।

Leave A Reply

Your email address will not be published.