ବିଶ୍ବ  ଆୟୋଡିନ୍  ଅଭାବ ଜନିତ ଅସୁସ୍ଥତା ଦିବସ ପାଳନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ ୟୁନିଟ କେନ୍ଦ୍ରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ  “ବିଶ୍ବ ଆୟୋଡିନ୍ ଅଭାବ ଜନିତ ଅସୁସ୍ଥତା ଦିବସ” ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

        ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପରିସରରୁ ବାହାରି ନଗର ପରିକ୍ରମା କରିଥିଲେ । ଏହି ସଚେତନତା ଶୋଭାଯାତ୍ରାଟିକୁ ସିଡ଼ିଏମଓ ଡାଃ. ଗୁନୁରାଣୀ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷଣ ୟୁନିଟର ପ୍ରିନ୍ସିପାଲ ଟ୍ୟୁଟର ସୁଫଳା ବେହେରା ,  ଏଡିପିଏଚଓ ଡାଃ ପ୍ରଦୀପ କୁମାର ପାତ୍ର , ଏଡିପିଏଚସିଓ. ସୁଧୀର କୁମାର ଜେନା , ଡିପିଏମ. ସୌମ୍ୟା ଗୌଡ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ଶୋଭାଯାତ୍ରା କୁ ଆଇଡିଏସପି.ତୁଷାର କୁମାର ପଟ୍ଟନାୟକ , ଗୁରୁ ପ୍ରସାଦ ପଟ୍ଟନାୟକ ଓ ସନ୍ତୋଷ କାର୍ଝା  ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । 

ଏହି ଶୋଭାଯାତ୍ରାରେ ଆଶା କର୍ମୀ ,  ଏଏନଏମ ଓ ପ୍ରଶିକ୍ଷଣ ୟୁନିଟ୍ ର ଛାତ୍ରୀ ମାନେ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ ନଗର ପରିକ୍ରମା କରିଥିଲେ ।ଏହି ପରିପ୍ରେକ୍ଷୀରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ପ୍ରଶିକ୍ଷଣ ୟୁନିଟ୍ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

      ଏହା ପରେ  ଜିଲ୍ଲା ପ୍ରଶିକ୍ଷଣ ୟୁନିଟ କେନ୍ଦ୍ର ଠାରେ  ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ .ଗୁନୁରାଣୀ ପଟ୍ଟନାୟକ ଅଧ୍ୟକ୍ଷତା କରି ଉଦ୍ ବୋଧନ ଦେଇ ଡାଃ ପଟ୍ଟନାୟକ କହିଥିଲେ ଯେ , ଶରୀର ଆବଶ୍ୟକ କରୁଥିବା ଅଣୁ-ପୋଷାକ ମାନଙ୍କ ମଧ୍ୟରୁ ଆୟୋଡିନ୍ ପ୍ରମୁଖ ହୋଇଥାଏ । ମାନସିକ ଅନଗ୍ରସରତା ଓ ମସ୍ତିଷ୍କ ବିକୃତ ସମସ୍ୟାର ମଧ୍ୟ ମୁଖ୍ୟ କାରଣ ହୋଇଥାଏ । ଆୟୋଡିନ୍ ଅଭାବ ମଧ୍ୟ ଶିଶୁ ମୃତ୍ୟୁ , ଗର୍ଭପାତ ଏବଂ ମୃତ ଶିଶୁ ସମ୍ଭାବନା  ବୃଦ୍ଧି କରିଥାଏ । ଆୟୋଡିନ୍ ଅଭାବରେ ଶରୀରରେ ଦେଖା ଯାଉଥିବା ରୋଗ ସମସ୍ୟା ଏହାର ପ୍ରତିଷେଧକ ଓ ସତର୍କତା ଉପରେ ଜନ ସଚେତନତା ସୃଷ୍ଟି କରିବା ସହ ଆୟୋଡିନ୍ ଅଭାବ ଜନିତ ଅବ୍ୟବସ୍ଥା ଓ ଅସୁସ୍ଥତା ହ୍ରାସ କରାଇ ପ୍ରତ୍ୟେକ ଜନ-ସାଧାରଣ କିଭଳି ଶତ-ପ୍ରତିଶତ ଆୟୋଡିନ୍ ଯୁକ୍ତ ଲୁଣ ଖାଦ୍ୟ-ପେୟରେ ବ୍ୟବହାର କରିବେ ଏହାହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ ବୋଲି କହିଥିଲେ । 

   ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ:- ଡାଃ ଭି. ଲୋକନାଥ ରାଜୁ , ଏଡିପିଏଚଓ-ଡାଃ ପ୍ରଦୀପ କୁମାର ପାତ୍ର ଏବଂ କର୍କଟ ରୋଗ-ଡାକ୍ତର  ଆନନ୍ଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ  ଆୟୋଡିନ୍ ଅଭାବ ଜନିତ ସମସ୍ୟାରେ ଦେଶର ଅଧିକାଂଶ ଲୋକେ ଆକ୍ରାନ୍ତ ହୋଇଥାନ୍ତି । ଏହାର ଅଭାବରେ ସ୍ବାସ୍ଥ୍ୟ ଅଭିବୃଦ୍ଧି ରେ ବିଶେଷ ସମସ୍ୟାର କାରଣ ହୋଇଥାଏ । ଏହାର ଅଭାବରେ କ’ଣ ସବୁ ରୋଗ ଦେଖା ଦେଇଥାଏ , ଏହାର ଶରୀରରେ ଲକ୍ଷଣ , ଏହାର ଉପକାରୀତା ଓ ଅପକାରୀତା ପ୍ରଭୃତିର ବିଭିନ୍ନ ଦିଗ ଉପରେ କହି ଶରୀରରେ କୌଣସି ପ୍ରକାର ଅଭିବୃଦ୍ଧିରେ ସମସ୍ୟା ଦେଖାଦେଲେ କି ସନ୍ଦେହ ଜାତ ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ କହିଥିଲେ । ଅନ୍ୟ ପକ୍ଷରେ  ଆୟୋଡିନ୍ ଆମ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଅଭିବୃଦ୍ଧି  ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ସେ ସମ୍ପର୍କରେ ବୁଝାଇଥିଲେ ।

Leave A Reply

Your email address will not be published.