ବାବୁ ପଢୁଛନ୍ତି ଓଡ଼ିଆ ଭାଷା, କରିବେ ଓଡ଼ିଆରେ ଫାଇଲ କାମ 

0 2

 

ଭୁବନେଶ୍ୱର : ସରକାରୀ ବାବୁମାନେ ପାଠ ପଢ଼ିବେ ଓଡ଼ିଆ ଭାଷାରୋ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକଙ୍କୁ ବୁଝାଇପାରୁଥିବା ଓଡ଼ିଆ ଭାଷାରେ ସେମାନଙ୍କ ଜ୍ଞାନ ରହିବା ଜରୁରୀା ଏହି ମର୍ମରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଆଜି ପୂର୍ବାହ୍ନରେ ସଂସ୍କୃତି ବନ ସମ୍ମିଳନୀ କକ୍ଷରେ ଏପରି ଏକ କାର୍ଯ୍ୟକ୍ରମ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ “ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର’ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଥିବାବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ୧୫ଟି ବିଭାଗରୁ ୪୦ ଜଣ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲୋ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେnକରିବା ସହିତ ନଥି ଉପସ୍ଥାପନ ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲାା ଏପରି କି, ସେମାନଙ୍କୁ ଏକ ପାଠ୍ୟ ପୁସ୍ତିକା ଖସଡ଼ା ପ୍ରଦାନ କରାଯିବା ମାଧ୍ୟମରେ ସମସ୍ତ ପ୍ରଶାସନିକ କାର୍ଯ୍ୟ ଓଡ଼ିଆ ଭାଷାରେ ସଂପାଦନ କରି

ଓଡ଼ିଶାବାସୀଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବା ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦିଆଯାଇଥିଲାା ଆଜି ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀବିଜୟ କୁମାର ନାୟକ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ହିମାଂଶୁ ଭୂଷଣ ପଣ୍ଡା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସା ରାଣୀ ଦାଶ ମହାପାତ୍ର ଯୋଗଦେଇ ଓଡ଼ିଆ ଭାଷାର ମହତ୍ତ୍ୱ, ସରକାରୀ ସ୍ତରରେ ଏହାର ଉପଯୋଗିତା ଏବଂ ସାଧାରଣ ଲୋକଙ୍କ ନିମନ୍ତେ ଭାଷାର ବ୍ୟବହାର ନେଇ ରହିଥିବା ସନ୍ଦେହମୋଚନ ବାବଦରେ ଉଲ୍ଲେଖ କରିଥିଲୋ ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକଙ୍କ ମଧ୍ୟରେ ଆଦାନପ୍ରଦାନ ଜରିଆରେ ଓଡ଼ିଆ ଭାଷା ମାଧ୍ୟମ ହେଉ ଏବଂ ପରବର୍ତ୍ତୀ ସମୟରେ ସଂଶୋଧନ ନିମନ୍ତେ ଉଦ୍ୟମ ହେଉ ବୋଲି ଅତିଥିମାନେ ମତପ୍ରଦାନ କରିଥିଲୋ ବିଶିଷ୍ଟ ଶିକ୍ଷାବିତ୍ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ସୁରେନ୍ଦ୍ର କୁମାର ମିଶ୍ର, ଡ. ହରପ୍ରସାଦ ମିଶ୍ର, ଡ. ସିତାଂଶୁ କୁମାର ଦାସ ଓ ଡ. ବୈଷ୍ଣବ ଚରଣ ମହାନ୍ତି ପ୍ରଶିକ୍ଷକ ଭାବରେ କାର୍ଯ୍ୟନିର୍ବାହ କରିଥିଲୋ

ଆଜିର କାର୍ଯ୍ୟକ୍ରମରେ ମାନକ ଭାଷା, କଥିତ  ଭାଷା, ଲିଖିତ  ଭାଷା, ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ ଉପରେ ଆଲୋଚନା ହୋଇଥିଲେ |  ୨୨ ତାରିଖ ଦିନ ଓଡ଼ିଆ ଭାଷାର ପ୍ରାଶାସନିକ ପ୍ରୟୋଗ(ଶୈଳୀ ଓ କୌଶଳ), ସଂଖ୍ୟା ଓ ତାରିଖର ବ୍ୟବହାର ଶୈଳୀ, ସଂକ୍ଷେପାକ୍ଷର ପ୍ରୟୋଗ, ଓଡ଼ିଆ ଭାଷା ବ୍ୟବହାରର ସମ୍ଭାବନା, ୨୩ ତାରିଖ ଦିନ ପ୍ରାଶାସନିକ ଶବ୍ଦ ଚୟନ ଓ ଶବ୍ଦ ଗଠନ, ବନାନ ଶୁଦ୍ଧତା ଓ ଆବଶ୍ୟକତା, ବାକ୍ୟଗଠନ ଓ ଚିହ୍ନ ପ୍ରୟୋଗ, ୨୪ ତାରିଖ ଦିନ ଟିପ୍ପଣୀ ଚିଠା ଓ ଆଦେଶନାମା ପ୍ରସ୍ତୁତି, କର୍ମଶାଳାଗୁଡ଼ିକରେ ଆହୂତ ଟିପ୍ପଣୀର ଅନୁବାଦ ଇତ୍ୟାଦି ସଂପର୍କରେ ଆଲୋଚନା ହେବା ୨୫ ତାରିଖ ଦିନ ପରୀକ୍ଷା ସହିତ ସମାପନ ପର୍ବ ଅନୁଷ୍ଠିତ ହେବ |

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି | ବହୁବର୍ଷ ପୂର୍ବରୁ ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ମିଳିଛିା ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାର ସରକାରୀ ବ୍ୟବହାର ଏବଂ ପ୍ରୟୋଗ ନେଇ ସରକାରୀ ସ୍ତରରେ ସବୁମତେ କାର୍ଯ୍ୟକ୍ରମ ଜାରି ରହିଛିା ଏପରି କାର୍ଯ୍ୟକ୍ରମ ଫଳରେ ସରକାରୀ ବାବୁମାନେ ଓଡ଼ିଆ ଭାଷାକୁ ନିଜର କରିବା ଛଡ଼ା ଅନ୍ୟ ଉପାୟ ନାହିଁ ଏବଂ ଓଡ଼ିଶାବାସୀଙ୍କ ସହ ପ୍ରାଶାସନିକ ଯୋଗାଯୋଗ ପାଇଁ ଏହି ଭାଷାରେ ଅଧିକ ନିର୍ଭରଶୀଳ ବୋଲି ଉଦ୍ୟମ କରିବା ନିମନ୍ତେ ବିଗତ କେତେ ବର୍ଷ ହେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତାଲିମ କାର୍ଯ୍ୟକ୍ରମ ଅବ୍ୟାହତ ରହିଛିା

 

Leave A Reply

Your email address will not be published.