ଗଜଲକ୍ଷ୍ମୀ ପୂଜା ଉଦଯାପିତ, ମେଲାଣି ନେଲେ ମା ଲକ୍ଷ୍ମୀ

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୨୫ ଦେବେନ୍ଦ୍ରପୁର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଉତ୍ସବ ଅକ୍ଟୋବର ୨୦ରେ ଉଦଯାପିତ ହୋଇଯାଇଛି । କମିଟି ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଆସୁଥିଲା । ୨୦୧୬ରୁ ଦେବେନ୍ଦ୍ରପୁର ଅଞ୍ଚଳର କେତେକ ଯୁବକ ମିଶି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଧୁମଧାମ ସହକାରେ ପାଳିତ ହୋଇଆସୁଛି । ଏଥି ନିମନ୍ତେ ସ୍ଥାନୀୟ ଯୁବକମାନେ ଏକ ସ୍ଥାୟୀ କମିଟି ଗଠନ କରିବା ସହ କମିଟିର ସଭାପତି ଭାବେ ଆକାଶ ମହାନ୍ତ, ସମ୍ପାଦକ ଅଞ୍ଜନ କୁମାର ଦାସ, ସଦସ୍ୟ ଲଳିତ ମହାନ୍ତ, ବୁଟୁ ବିଧାନ, କାଦଲୁ ବେହେରା, ଅଭିଜିତ ମହାନ୍ତ, ଦୀପକ ହେମ୍ବ୍ରମ, ବାପି ମହାନ୍ତ, ରାଜେଶ ମହାନ୍ତ, ସୋନୁ ଦେ, ଶଙ୍କର ଜେନା, ସଞ୍ଜୟ ନାୟକ, ବାପି ପଣ୍ଡିତ, ରାଜୁ ଦାସ, ଚନ୍ଦନ ଟୁଡ଼ୁ, ବିଜୁ ଦାସ, ରଞ୍ଜିତ ମହାନ୍ତ, କଟିଆ ମହାନ୍ତ, ଅମିତ୍ ଦେ, ଦୀପୁ ସାହୁ, ବିନୋଦ ବେହେରା, ବାବୁଲୀ ନାୟକ, ଲିକୁନ ବିଶ୍ୱାଳ, ରବି ବେହେରା, ଶିବୁ ମାଝି, ଦିଲୁ ମହାନ୍ତ ପ୍ରମୁଖଙ୍କୁ ନିଦ୍ୱର୍ନ୍ଦରେ ଚୟନ କରାଯାଇଥିଲା । ଆଜି ମା ଲକ୍ଷ୍ମୀ ମେଲାଣି ନେଇଥିବାର ଜଣାପଡ଼ିଛି । 

 

Leave A Reply

Your email address will not be published.