ବାଲେଶ୍ୱର,(ଉଜ୍ଜ୍ୱଳ କର ): ବାଲେଶ୍ୱର ଏନ୍.ଏଚ୍ ଡାକବଙ୍ଗଳାଠାରେ ବାଲେଶ୍ୱର ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବଶାଖାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିକାଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତିକୁ ସମାଲୋଚନା କରିଥିଲେ । ବାଲେଶ୍ୱରରେ ଗଢି ଉଠିଥିବା ନୂତନ ଓ ପୁରାତନ ଶିଳ୍ପ କଳକାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ମିଳିପାରୁନାହିଁ । ଏହା ସହ ସର୍ବନିମ୍ନ ସାମାଜିକ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇନାହିଁ । ରାଜ୍ୟରେ ବେକାରୀ ସମସ୍ୟା ବଢିଚାଲିଥିବା ବେଳେ ଯୁବକଯୁବତୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା କଳକାରଖାନା ଓ ଘରୋଇ ସଂସ୍ଥାରେ ନିଯୁକ୍ତି ନପାଇ ବାହାର ଦେଶ ଓ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ତେଣୁ ରାଜ୍ୟର ସମସ୍ତ ଘରୋଇ ଶିଳ୍ପ କାରଖାନା ଓ ଘରୋଇ ସଂସ୍ଥାମାନଙ୍କରେ ସ୍ଥାନୀୟ ଶିକ୍ଷିତ ବେକାରଙ୍କୁ କର୍ମନିଯୁକ୍ତି କ୍ଷେତ୍ରରେ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟସରକାର କରି ଏନେଇ ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଯୁବ ଆଇ.ଏନ୍.ଟି.ୟୁ.ସି ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଦାବି କରିଛନ୍ତି । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ କ୍ଷେତ୍ରରେ ଶୋଚନୀୟ ଅବସ୍ଥା ପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି । କୃଷି ମାନବ ସଭ୍ୟତାର ଆଦିଜୀବିକା ହୋଇଥିବା ବେଳେ କୃଷିର ବିକାଶ ପାଇଁ ଅନେକ ବ୍ୟବସ୍ଥା କଥା ସରକାର ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ପ୍ରକୃତ ପକ୍ଷରେ ପ୍ରକୃତ ଚାଷୀମାନେ ଏ ସମସ୍ତ ଯୋଜନାରୁ ଲାଭ ପାଇପାରୁନାହାନ୍ତି । କୃଷିଜାତ ଦ୍ରବ୍ୟର କୃଷକ ଉପଯୁକ୍ତ ସହାୟକ ମୂଲ୍ୟ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ଦେଉନାହାନ୍ତି । ମିଲର୍ ଓ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କୁ ହାତବାରିସି କରି ଚାଷୀଙ୍କୁ ସେମାନଙ୍କ ଉପଯୁକ୍ତ ପାଉଣା ଦେଉନାହାନ୍ତି । କୃଷକମାନଙ୍କ ପାଇଁ କୃଷିକଲ୍ୟାଣ ବୋର୍ଡ ଗଠନ କରିବା ପାଇଁ ଶ୍ରୀ ନାୟକ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ନିର୍ମାଣ ଶ୍ରମିକ ଆଇନର ସରକାରଙ୍କ ଦ୍ୱାରା ଖୋଲାଖୋଲି ଦୁରୁପଯୋଗକୁ ଆଇ.ଏନ୍.ଟି.ୟୁ.ସି ଯୁବଶାଖା ବାଲେଶ୍ୱର ଜିଲ୍ଲା ସଭାପତି ବିକାଶ କୁମାର ଦାସ ଦୃଢଭାବରେ ସମାଲୋଚନା କରିଛନ୍ତି । ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଗର ରଞ୍ଜନ ପରିଡା ଏବଂ ବାଲେଶ୍ୱର ଜିଲ୍ଲା କମିଟିର ସଦସ୍ୟ, ମନୋଜ କୁମାର ଦାସ, ସୁଶାନ୍ତ ସାହୁ, ରମେଶ ଚନ୍ଦ୍ର ଦାସ, ଅଜିତ୍ ଦାସ ମାହାପାତ୍ର, ସୁଧାକର ରାଉତ, ଗୀତାଞ୍ଜଳୀ ମଲ୍ଲିକ, ଅନୀଶ ଗିରି, ମଧୁସୂଦନ ଖଣ୍ଡା, ତପନ ବେହେରା, ସୁରେଶ କୁମାର ଜେନା, ସୁବ୍ରତ କୁମାର ବାରିକ, ତପନ କୁମାର ବେହେରା, ଏସ.କେ ବସିର, ମହମ୍ମଦ, ନବ ପାତ୍ର, ଶରତ ନାୟକ, ଅଜିତ୍ ପାତ୍ର, ଅନୀତା ପଣ୍ଡା, ଆଦିକନ୍ଦ ବେହେରା, ଆଦି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.