ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

0

01-03-18-kiss-final.jpg - 541.12 kB

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ ହୋଲି ଅବ୍ୟବହିତ ପୂର୍ବରୁ କିସ୍ ପରିସରରେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତି୍ୟକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚିତ୍ରାଭିନେତା, ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଗୁରୁବାର ଅବିର ପର୍ବ ଆୟୋଜିତ ହୋଇଯାଇଛି । ଚଳିତବର୍ଷ କିସ୍‍ ଛାତ୍ରଛାତ୍ରୀମାନେ ପାରମ୍ପରିକ ଭାବେ ସଜ୍ଜିତ ରାଧାକୃଷ୍ଣଙ୍କ ବେଶରେ ଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା, କଳାକାରମାନେ ରଙ୍ଗ ବୋଳିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଅବିର ଖେଳିବା ସହ ନୃତ୍ୟ, ସଂଗୀତ, ସଂଳାପ ଓ ହାସ୍ୟରସରେ ପିଲାମାନଙ୍କ ମନୋରଞ୍ଜନ କରିଥିଲେ । ସୂଚନାଯୋଗ୍ୟ, ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ସକାଶେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଚଳିତବର୍ଷ ଓଲିଉଡ଼୍‍ ଅଭିନେତା ବାବୁସାନ, ପାର୍ଥ, ମହାପ୍ରସାଦ, ଅରବିନ୍ଦ, ଜ୍ୟୋତିପ୍ରକାଶ, ଜାକ୍‍ଲିନ୍‍, ସୋମାଲିନ୍‍, କେଦାରମିଶ୍ର, ସ୍ୱରାଜ, ଅଭିନେତ୍ରୀ ଭୂମିକା, ନିକି, ସୋନିକା ରାୟ, ସସ୍ମିତା, ନିକିତା, ତମନ୍ନା, ହାସ୍ୟ ଅଭିନେତା ହାଡ଼ୁ, ବନମାଳି ପାଣ୍ଡିଆ ଯୋଗଦେଇଥିବା ବେଳେ କଣ୍ଠଶୀଳ୍ପୀ ବିଷ୍ଣୁମୋହନ କବି, ଅସୀମା ପଣ୍ଡା, ଇପ୍‍ସୀତା ପଣ୍ଡା, ଆଶୁତୋଷ, ସଞ୍ଜୁ, ତାରିକ୍‍ ଅଜିଜ୍‍, ଚିତ୍ତ, ଆର୍ଯ୍ୟାନ୍‍, ଶିଶୁ କଳାକାର ନେହା ନିହାରିକା କର, ଅଭିଜିତ୍‍ ପାଢ଼ି, ପୁଣ୍ୟତା ଦାସ, ସିଦ୍ଧାନ୍ତ ଶତପଥୀ, ସିମ୍‍ରନ୍‍ ଦାସ, ପ୍ରାଚୁର୍ଯ୍ୟ ମହାନ୍ତି, ନୃତ୍ୟଶିଳ୍ପୀ ପ୍ରିୟାଂଶୀ, ପଦ୍ମାଳୟା ନନ୍ଦ, ସମାଜସେବୀ ଦିଲିପ ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇ କିସ୍‍ ଛାତ୍ରଛାତ୍ରୀଙ୍କ ସହ ହୋଲି ଖେଳିଥିଲେ । ପ୍ରତିଷ୍ଠାତା  ଡ଼. ଅଚ୍ୟୁତ  ସାମନ୍ତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଅରବିନ୍ଦ ମୁଦୁଲୀଙ୍କ ଅମ୍ଳାନ ଆତ୍ମାର ସଦ୍‍ଗତି ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ସଂପାଦିକା ଡ. ଇତି ସାମନ୍ତ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ  ହିମାଂଶୁ ଖଟୁଆ, କିସ୍‍ ଡିମ୍‍ଡ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରାଇଥିଲେ ।

Leave A Reply

Your email address will not be published.