ସି.ବି.ଆଇ ଜାଲ ରେ ପଡିଲେ ସହକାରୀ ପୋଷ୍ଟାଲ ଆସିଷ୍ଟାଣ୍ଡ 

0

ବାରିପଦା (ଦିଲ୍ଲୀପ ମହାନ୍ତି) ଆଜି ସନ୍ଧ୍ୟା ରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସି.ବି.ଆଇ  ଟିମ ର ଜାଲ ରେ ଫସିଛନ୍ତି ସହକାରୀ ପୋଷ୍ଟାଲ ଆସିଷ୍ଟାଣ୍ଡ।ଏଭଳି ଘଟିଛି ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଧିନ ଚିତ୍ରଡା ଠାରେ।ଖବର ରୁ ପ୍ରକାଶ କି ଉପ ଡାକଘର ଚିତ୍ରଡା ର ସହକାରୀ ପୋଷ୍ଟ ମାଷ୍ଟର ସ୍ନେହାଶିଷ ପରିଡା ଜନୈକ ପୋଷ୍ଟାଲ ଏଜେଣ୍ଟ ଙ୍କ କମିଶନ ଟଙ୍କା ଏବଂ ଅନ୍ୟାନ୍ୟ କାର୍ଯ୍ୟ କରାଇଦେବା ବାବଦରେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଏଜେଣ୍ଟ କୁନ୍ତଳା ମହାନ୍ତ ଙ୍କ ସ୍ୱାମୀ ବ୍ରଜକିଶୋର ମହାନ୍ତ ଏନେଇ ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ।ଏହାପରେ ସିବିଆଇ ଆଣ୍ଟି କରପସନ ଟିମ ଲାଞ୍ଚୁଆ ସହକାରୀ ପୋଷ୍ଟ ମାଷ୍ଟର କୁ ଧରିବା ପାଇଁ ଜାଲ ବିଛାଇଥିଲେ।ଏବଂ ଯୋଜନା ମୁତାବକ ଆଜି ୫୦୦ ଟଙ୍କିଆ ନୋଟ ୮ ଟି ମୋଟ ୪ ହଜାର ଟଙ୍କା ଲାଞ୍ଚ ସହକାରୀ ପୋଷ୍ଟ ମାଷ୍ଟର ଏଜେଣ୍ଟ ଙ୍କ ସ୍ୱାମୀ ଙ୍କ ଠାରୁ ନେଇ ପକେଟ ରେ ପୁରାଇବା ସମୟରେ ସିବିଆଇ ଟିମ ଲାଞ୍ଚ ଟଙ୍କା ଜବତ କରିବା ସହିତ ଲାଞ୍ଚୁଆ ପୋଷ୍ଟ ମାଷ୍ଟର ସ୍ନେହାଶିଷ ଙ୍କୁ ଚିତ୍ରଡା ଫାଣ୍ଡି କୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି।ତେବେ ସିବିଆଇ ଟିମ ପଚରାଉଚୁରା କରୁଥିବା ସମୟରେ ସହକାରୀ ପୋଷ୍ଟ ମାଷ୍ଟର ଚେତା ଶୂନ୍ୟ ହୋଇପଡିଥିବା ଜଣାପଡିଛି।ସି ବି ଆଇ ଆଣ୍ଟି କରପସନ ଟିମ ଭୁବନେଶ୍ୱର ରୁ ଟ୍ରାପ୍ଲେଇଂ ଅଫିସର  ଇନିସ୍ପପେକ୍ଟର ପି ସି ସାହୁ ଙ୍କ ନେତୃତ୍ୱରେ ଆଜି ଏକ ଟିମ ଉକ୍ତ ଚଢ଼ାଉ କରିଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଲାଞ୍ଚୁଆ ପୋଷ୍ଟ ମାଷ୍ଟର ଙ୍କୁ ଚିତ୍ରଡା ଫାଣ୍ଡି ରେ ପଚରାଉଚୁରା ଜାରି ରହିଥିବା ଜଣାପଡିଛି।ସୂଚନା ଯୋଗ୍ୟ କି ଉକ୍ତ ସହକାରୀ ପୋଷ୍ଟ ମାଷ୍ଟର କିଛିଦିନ ତଳେ ଚିତ୍ରଡା ଉପଡ଼ାକ ଘରେ ଯୋଗଦେଇଥିଲେ।ତେବେ ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ପୋଷ୍ଟାଲ ଛୁଟି ହେବା ପରେ ଚିତ୍ରଡା ଅଞ୍ଚଳ ର ଶୀର୍ଷାପାଳ ଛକ ନିକଟରେ ଲାଞ୍ଚ ଟଙ୍କା ନେଉଥିବା ସମୟରେ ପୂର୍ବରୁ ଯୋଜନା ମୁତାବକ ପ୍ରସ୍ତୁତ ରହିଥିବା ସିବିଆଇ ଟିମ ଚଢ଼ାଉ କରି ଲାଞ୍ଚ ଟଙ୍କା ସହିତ ସହକାରୀ ପୋଷ୍ଟ ମାଷ୍ଟର ସ୍ନେହାଶିଷ ଙ୍କୁ ଧରି ଥିବା ଜଣାପଡିଛି ଧରିବା ପରେ ପ୍ରଥମେ ତାଙ୍କୁ ସିବିଆଇ ଟିମ ଉପ ଡାକଘର କୁ ନେଇଯାଇଥିଲେ ଏବଂ ପରେ ଚିତ୍ରଡା ଫାଣ୍ଡିକୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି। ଲାଞ୍ଚୁଆ ସହକାରୀ ପୋଷ୍ଟ ମାଷ୍ଟର ଙ୍କ ବାଇକ କୁ ମଧ୍ୟ ଟିମ ଉଦ୍ଧାର କରିଥିବା ଜଣାପଡିଛି।

 

Leave A Reply

Your email address will not be published.