ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ମୃତ୍ୟୁ  ପ୍ରସଙ୍ଗ : କଂଗ୍ରେସର ୧୧ ଜଣିଆ ତଥ୍ୟ ଅନୁଧ୍ୟାନକାରୀ କମିଟି 

0

ଭୁବନେଶ୍ୱର(ଶାସକ ପ୍ରଶାସକ) – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ  ମୃତ୍ୟୁ  ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ମାନନୀୟ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ୧୧ ଜଣିଆ ‘ତଥ୍ୟ ଅନୁଧ୍ୟାନକାରୀ କମିଟି’ ଗଠନ କରିଛନ୍ତି । ଉକ୍ତ ୧୧ ଜଣିଆ କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ୍ ଅଧ୍ୟକ୍ଷ ରହିଛନ୍ତି । ସେହିପରି ବରିଷ୍ଠ  କଂଗ୍ରେସ ନେତା ତଥା ପୂର୍ବତନ ପ୍ରଶାସକ ଶ୍ରୀ ବଟକୃଷ୍ଣ ତି୍ରପାଠୀ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି  ବନ୍ଦିତା ପରିଡା, କଂଗ୍ରେସ ନେତ୍ରୀ ତଥା ଧର୍ମଶାଳା ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସ୍ମୃତିରେଖା ପହି, ଯାଜପୁର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ରିତାଶ୍ରୀ ମହାନ୍ତି, ବରିଷ୍ଠ  କଂଗ୍ରେସ ନେତା ସୁଦର୍ଶନ ଦାସ, ସତ୍ୟପ୍ରକାଶ ନାୟକ, ମନୋଜ ରାଉତ, ଶ୍ରୀମତୀ ରଂଜିତା ରାଉତ, ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ବଳଭଦ୍ର ଦାସ ପ୍ରମୁଖ ସଦସ୍ୟ ରହିଛନ୍ତି ।

ଆଜି ସୁଦ୍ଧା କମିଟି ଘଟଣାସ୍ଥଳ ଗସ୍ତ କରି ସବିଶେଷ ତଥ୍ୟ ସଂଗ୍ରହ କରି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଖୁବଶୀଘ୍ର  ତଥ୍ୟ ପ୍ରଦାନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.