ଘୁ.ଉଦୟଗିରି ଜୁଆ ଅଡ୍ଡା ଚଢ଼ାଉ ଘଟଣା ବିଳମ୍ବିତ ରାତିରେ ସାଧା ପୋଷାକ ଧାରି ପୁଲିସର ଲାଠି ମାଡ଼ (SEE Video)

0

ଅଭିଯୋଗ : ଜବତ ହେଲା ପାଖାପାଖି 30ଲକ୍ଷ ଟଙ୍କା ପୁଲିସ ଦେଖାଉଛି 99ହଜାର !!!

http://youtube.com/watch?v=ltJgFrZtetg

କନ୍ଧମାଳ/ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଠାରେ ଏକ ଅମାନବୀୟ ଘଟଣା ଦେଖି ବାକୁ ମିଳିଛି |  ଘୁ. ଉଦୟଗିରିର ସାଧା ପୋଷାକ ଧାରୀ ପୁଲିସ ଅଞ୍ଚଳବାସୀଙ୍କୁ ଗୋଡ଼ାଇ ଗୋଡ଼ାଇ ବିଳମ୍ବିତ  ରାତିରେ ମାଡ଼ ମାରି ଥିବାର ଅଭିଯୋଗ ହୋଇଛି | ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି | ଏହି ଘଟଣାକୁ ନେଇ ପୁଲିସ ଏବଂ ଜନତାଙ୍କ ମଧ୍ୟରେ ସୁ-ସମ୍ପର୍କ କେବଳ ପ୍ରହସନ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି | ଆଉ ଲୋକ କହିବା ଆରମ୍ଭ କଲେଣି ଯେ ଏଇଟା କଣ ମୋ ସରକାର | 

ପ୍ରାପ୍ତ ସୂଚନା ଅନୁସାରେ କୁମାର ପୁର୍ଣିମା ଅବସରରେ ଘୁ.ଉଦୟଗିରିର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲିଥିଲା | କୌଣସି ସୂତ୍ରରୁ ଖବର ପାଇ ଘୁ. ଉଦୟଗିରି ଥାନର ପୁଲିସ କର୍ମଚାରୀ ଏବଂ କିଛି ସୁରକ୍ଷା କର୍ମୀଙ୍କ ସହ ସାଧା ପୋଷାକରେ ଗୌଡ଼ ସାହି, ବଡ଼ ସାହି, ବରାଳିନି ସାହିର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ଉପସ୍ଥିତ ଲୋକଙ୍କ ଉପରେ ନିର୍ଘାତ ଲାଠି ଚାଳନା କରିଥିଲେ | କିଛି ଉପସ୍ଥିତ ଲୋକ ଜୀବନ ବଂଚେଇବା ପାଇଁ ଦୁଇ ମହଲା ଛାତରୁ ମଧ୍ୟ ଡେଇଁ ଆହତ ହୋଇ ଥିବା ଅଞ୍ଚଳବାସୀ କହିଛନ୍ତି | ଏହି ଚଢ଼ାଉ ସମୟରେ ପାଖାପାଖି ଘୁ.ଉଦୟଗିରି ପୁଲିସ 30ଲକ୍ଷ ଟଙ୍କା ଜବତ କରିବା ସହ 30ଜଣକୁ କାବୁ କରି ଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି | କେବଳ ଏତିକି ନୁହେଁ ଘୁ.ଉଦୟଗିରିର ପୁଲିସ ଗୌଡ଼ ସାହିର କିଛି  ମହିଳାଙ୍କ ଉପରେ ଏବଂ ବଡ଼ ସାହିରେ ଜଣେ ମହିଳାଙ୍କ ଘର ଭିତରେ ସାଧାପୋଷାକରେ ପଶି ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ମାଡ଼ମାରି ଥିବା ବଡ଼ସାହିବାସୀ  ପ୍ରକାଶ କରିଛନ୍ତି.| ଏଇ କିଛି ଦିନ ହେବ ଘୁ.ଉଦୟଗିରିର ପୁଲିସର ଉଗ୍ର ଆଚରଣ  ଅଂଚଳରେ ବଢ଼ିବାରେ ଲାଗିଛି | କୋଉଠି ଘୁ.ଉଦୟଗିରି ପୁଲିସ ହେଲମେଟ ଚେକ, ଦେଶୀ ମଦ ବିକ୍ରି ନାମରେ ନିରୀହ ଜନତାଙ୍କ ଠାରୁ ମୋଟା ଅଙ୍କରେ ବାଟି  ଆଦାୟ କରୁଥିବା ଅଭିଯୋଗ ହେଉଛି |  .ଘୁ.ଉଦୟଗିରି ପୁଲିସର ଏହି କାର୍ଯ୍ୟକଳାପକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ପୁଲିସ ଉପରେ ଥିବା ବିଶ୍ୱାସ ତୁଟି ଯାଉ ଥିବା ବରିଷ୍ଠ  ନାଗରିକ ପ୍ରକାଶ କରିଛନ୍ତି.| ଏହା ସହ କୁମାର ପୁର୍ଣିମାରେ ଜବତ ଟଙ୍କାର ସମ୍ପୂର୍ଣ ବିବରଣୀ ଗଣମାଧ୍ୟମ ଦ୍ୱାରା ସର୍ବ ସମୁଖରେ ପ୍ରକାଶ କରି ଜବତ ଟଙ୍କାକୁ ଜନସାଧାରଣଙ୍କ ବିକାଶ କାମରେ ନିୟୋଜିତ ସକାଶେ ସରକାରୀ ଖାତାକୁ  ପ୍ରଦାନ ପାଇଁ ଘୁ.ଉଦୟଗିରିବାସୀ ଦାବି କରିଛନ୍ତି | ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଘଟଣାକୁ ନିୟନ୍ତ୍ରଣ ଏବଂ କୁମାର ପୁର୍ଣିମା ଦିନ ଦାଇତ୍ବରେ ଥିବା ପୁଲିସ ଅଫିସର ଏସଆଇଙ୍କ ମତାମତ ଗ୍ରହଣ ପାଇ ଚେଷ୍ଟା କରିଥିଲେ | କିନ୍ତୁ ତାହା ସମ୍ଭବପର ହୋଇ ପାରିନଥିଲା | ଘୁ.ଉଦୟଗିରି ପୁଲିସର ଏହି ପରି ଅମାନୁଷିକ କାର୍ଯ୍ୟକୁ ନେଇ ଉଚ୍ଚ ସ୍ଥରୀୟ ତଦନ୍ତ କରାଯିବା ସହ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ  ଦାବି କରିଛନ୍ତି | 

 

Leave A Reply

Your email address will not be published.