“ଆପଣମାନେ ଖୁସି ତ , ମୁ ବହୁତ ଖୁସି “

0 1

ବିଜେପୁର ଉପନିର୍ବାଚନ: ମାରାଥନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ପ୍ରତ୍ୟେକ ଛକରେ ହଜାର ହଜାର ସଙ୍କ୍ୟରେ ଲୋକଙ୍କ ଭିଡ଼

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଏବେ ପୁରା ବିଜେପୁର ଚଳଚଂଚଳ । ନିର୍ବାଚନ ତାତି ଏବେ ଚରମରେ । ଆଜି ସକାଳୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜର ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁଙ୍କ ପାଇଁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ।

     ମୁଖ୍ୟମନ୍ତ୍ରୀ ଲାଉମୁଣ୍ଡା ହେଲିପ୍ୟାଡ଼ରେ  ଅବତରଣ କରିବା ପରେ ତାଙ୍କର ରୋଡ଼ ସୋ ଆରମ୍ଭ କରିଥିଲେ । ଲାଉମୁଣ୍ଡା , କୁରକୁଟା , ପଥରଲା , ବଡ଼ବାଉଁସେନ , ସାଇପାଲି, ଖରମୁଣ୍ଡା , ଚରପାଲି , କଲଙ୍ଗାପାଲି, ଗୁଡିମୁଣ୍ଡା, ବିଜେପୁର, ବନ୍ଧପାଲି , ଗୋପେଇପାଲି , ବରଗାଁ ,  ରେମଟା , କୁମ୍ଭାରୀ , ପଟକୁଳୁଣ୍ଡା , ବାରଙ୍ଗପାଳି , ସିକିରଡା, ସତଲମା, ହଲଦୀପଲି, ବରଗୁଡା , ମହଦା , ତିନକାନୀ ଛକ , ଆଗଲପୁର, ତେଜାଙ୍ଗ ,  ଇତ୍ୟାଦି ସ୍ଥାନରେ ରୋଡ଼ ସୋ ଜରିଆରେ ଲୋକଙ୍କୁ ସଂଵୋଧନ କରି ରୀତା ସାହୁଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ତାଙ୍କ ଆଶୀର୍ବାଦ କରିବାକୁ କହିଥିଲେ । ଉପସ୍ଥିତ ଲୋକମାନଙ୍କୁ ଜୁହାର ଜାରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ | :ଆପଣ ମାନେ ଖୁସି ତ ବୋଲି ମୁକଜ୍ୟମନ୍ତ୍ରୀ ପଚାରିଲା ବେଳେକୁ ଲୋକ ମାନେ ହଁ କହିବା ପରେ ସବୁଠି ମୁଖ୍ୟମନ୍ତ୍ରୀ କହୁ ପ୍ରତ୍ୟୁତ୍ତର ଦେଉ ଥିଲେ ” ମୁଁ ବି ବହୁତ ଖୁସି” |   ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବାକୁ ଓ ତାଙ୍କୁ ଶୁଣିବାକୁ ରାସ୍ତା କଡରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଛିଡା ହେଇଥିଲେ । ଏହି ଭିଡରେ ମହିଳା ମାନଙ୍କ ସଂଖ୍ୟା ବେଶି ଥିବାର ଲକ୍ଷ କରାଯାଇଛି । 

   http://www.youtube.com/watch?v=ltJgFrZtetg

ମୁଖ୍ୟମନ୍ତ୍ରୀ ଙ୍କର ଏହି ମାରାଥନ ପ୍ରଚାର ରେ  ମନ୍ତ୍ରୀ ଡ଼ା, ଅରୁଣ ସାହୁ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ,ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ମନ୍ତ୍ରୀ ରାଜା ସ୍ୱାଇଁ , ମନ୍ତ୍ରୀ ପଦ୍ମିନୀ ଦିଆନ , ବିଧାୟକ ଦୃବ ସାହୁ , ବିଧାୟକ ସୁଶାନ୍ତ ରାଉତ , ଅପିକଲ ଅଧ୍ୟକ୍ଷ ଶ୍ରୀ ପିକୁ ମିଶ୍ର , ସଞ୍ଜୟ ଦାସ ବର୍ମା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ କିଶୋର ଦେବତା , WODC ର ଅଧ୍ୟକ୍ଷ ଶ୍ରୀ ସୁବାଷ ଚୌହାନ , ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଦେବେଶ ଆଚାର୍ଯ୍ୟ , ଶ୍ରୀ ନାରାୟଣ ସାହୁ ,ଶ୍ରୀ ସୌଭାଗ୍ୟ ରଂଜନ ନାୟକ , ଶ୍ରୀ ଅମରେଶ ପତ୍ରି , ପ୍ରମୂଖ ଅଂଶ ଗ୍ରହଣ କରିଥିଲେ ।

        ଆସନ୍ତା କାଲି  ମୁଖ୍ୟମନ୍ତ୍ରୀ ଗାଇସିଲେଟ ର ତାଳପାଳି ଠାରୁ ରୋଡ଼ ସୋ ମାଧ୍ୟମରେ ପ୍ରଚାର ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.