ସଂକୀର୍ତନରେ ହଜିଲେ ମନ୍ତ୍ରୀ

0 1

ବରଗଡ :- ପୁରା ଓଡିଶା ଜାଣିଛି ମନ୍ତ୍ରୀ ପଦ୍ମନାଭ ବେହେରା ଜଣେ ଭଲ କଳାକାର । ଗୀତ ଗାଇବା  କୁ ସେ ଖୁବ ଭଲ ପାଆନ୍ତି । ବିଜେପୁର ଉପନିର୍ବାଚନ ପ୍ରଚାର ସମୟରେ ମନ୍ତ୍ରୀ ଶ୍ରୀ ବେହେରା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ସରଧାପାଲି ଗ୍ରାମର ମହାଜନ ଡୁଙ୍ଗୁରୀ ଠାରେ କରମସାନୀ ପୂଜା ଉପରେ ୩୦୦୦ କଳାକାରଙ୍କୁ ନେଇ ଲିମକା ବୁକ ରେକର୍ଡ ପାଇଁ ପ୍ରୟାସ ଭୂମିପୂଜନ ଉତ୍ସବରେ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଆଞ୍ଚଳିକ କରମସାନୀ ଗୀତ ଗାଇ ନାଚିଥିଲେ । ମନ୍ତ୍ରୀ ଙ୍କର ଗୀତ ଓ ନାଚ ସମସ୍ତ ଙ୍କୁ ଖୁବ ଆକର୍ଷିତ କରିଥିଲା ।

Leave A Reply

Your email address will not be published.