ସକରାତ୍ମକ ମାନସିକତା ହିଁ ସଫଳତାର ଚାବିକାଠି : ସାନନ୍ଦ

0

ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ
ବାର୍ଷିକତ୍ସୋବ

28-02-18-BARIPADA.jpg - 659.73 kB

    ବାରିପଦା/ DILLIP MOHANTY- ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ବାର୍ଷିକତ୍ସୋବ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ନାୟକ ସଭାପତିତ୍ୱ କରିଥିଲେ । ପ୍ରଥମଥର ନିମନ୍ତେ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପ-ବାଚସ୍ପତି  ସାନନ୍ଦ ମାର୍ଣ୍ଡି ଯୋଗ ଦେଇ ନିଜର ବାଲ୍ୟାବସ୍ଥା ସମ୍ପର୍କିତ ରୋଚକ ଅନୁଭୂତି ବର୍ଣ୍ଣନା କରିବା ସହ ସକରାତ୍ମକ ମାନସିକତା ହିଁ ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରଫେସର (ଡକ୍ଟର) ଜଗନ୍ନାଥ ଲେଙ୍କା ଜିଜ୍ଞାସୁ ମନୋବୃତ୍ତି ଜଣେ ସଫଳ ଛାତ୍ର ବା ଛାତ୍ରୀ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସିିନିୟର କଷ୍ଟ ଆକାଉଣ୍ଟେଟ ଆଶୁତୋଷ ପାଣିଗ୍ରାହୀ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ସଫଳତାର ଶୀର୍ଷରେ ପହଞ୍ଚôବା ନିମନ୍ତେ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କର ମାର୍ଗଦର୍ଶନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃଷି ବୈଜ୍ଞାନିକ ମନୋଜ ଚାନ୍ଦ ବାର୍ଷିକତ୍ସୋବ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।  ଅନ୍ୟତମ ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ରାଜେନ୍ଦ୍ର କୁମାର ନାୟକ ସମାଜର ବିକାଶରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବାରିପଦାର ସଞ୍ଜୟ କୁମାର ପଟ୍ଟନାୟକ ଆଗାମୀ ଦିନରେ ଏ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସମସ୍ତ କ୍ଷେତ୍ରରେ ବିଜୟୀ ହୁଅନ୍ତୁ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ନାୟକ ମହାବିଦ୍ୟାଳୟରେ ଶିକ୍ଷାଦାନର ଉନ୍ନତି ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିବା ସହ ଦୃଢ ମନୋବଳ ନେଇ ଜୀବନରେ ସଫଳ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଜଣାଇଥିଲେ । ମହାବିଦ୍ୟାଳୟର ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ସଂସ୍କୃତି ହିଁ ଆମ ସମାଜର ପ୍ରାଣକେନ୍ଦ୍ର ଓ ଶିକ୍ଷା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଛାତ୍ର ଜୀବନକୁ ସରସ ସୁନ୍ଦର କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ  ଅଧ୍ୟାପିକା ଭାବେ ଶତାବ୍ଦୀକା ମହାନ୍ତି, ଶ୍ରେଷ୍ଠ  ଛାତ୍ରୀ ଭାବରେ ତେଜସ୍ୱିନୀ ବେହେରା, ଶ୍ରେÂ ସ୍ୱେଚ୍ଛାସେବୀ ଭାବରେ ଅଭିନନ୍ଦନ ପାଲ, ଶ୍ରେଷ୍ଠ  ଛାତ୍ର ଭାବରେ ପଦାର୍ଥ ବିଜ୍ଞାନର ସରିତ୍ ଆଚାର୍ଯ୍ୟ, ରସାୟନ ବିଜ୍ଞାନର ଅସିତ୍ ତି୍ରପାଠୀ, ଉଦ୍ଭିଦ ବିଜ୍ଞାନର ତାପସୀ ମଢୁଆଳ, ପ୍ରାଣୀ ବିଜ୍ଞାନର ତେଜସ୍ୱିନୀ ବେହେରା, ରାଜନୀତି ବିଜ୍ଞାନର ଲାଲ ମୋହନ ହେମ୍ବ୍ରମ, ଶିକ୍ଷାରେ ତାରା ବାରିକ, ଇତିହାସରେ ପ୍ରତିଭା ମହାନ୍ତ, ବାଣିଜ୍ୟରେ ଯଶପାଲ ସିଂ ପ୍ରମୁଖ ପୁରସ୍କୃତ ହୋଇଥିଲେ । ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଅବସରରେ ବିଜୟୀ ଛାତ୍ରଛାତ୍ରୀ, ଆନ୍ତ ମହାବିଦ୍ୟାଳୟ କ୍ରୀଡାରେ ବିଜୟୀ ଛାତ୍ରଛାତ୍ରୀ ପ୍ରମୁଖ ମଧ୍ୟ ଏହି ଅବସରରେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ମୁଖପତ୍ର ” ଯୁଗ ପ୍ରଦୀପ’ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଭାକାର୍ଯ୍ୟ ପରେ ଚିତ୍ତାକର୍ଷକ ନୃତ୍ୟ ଗୀତ ସହ ଡ୍ରାମା ପରିବେଷଣ ହୋଇଥିଲା । ଅଧ୍ୟାପକ ମଦନ ମୋହନ ସାହୁ, ମୀରା ସେନାପତି, ପଞ୍ଚାନନ ସାହୁ, ବିଜୟା ନାୟକ, ଗଣେଶ ଚନ୍ଦ୍ର ପରିଡା, ତନୁଶ୍ରୀ ପାଣ୍ଡେ, ସୀମା ଦାସ, ଅମୀର ମଲ୍ଲିକ, ସେକ୍ ନଜରୁଲ, ଅଭିଜିତ ପାତ୍ର, ବିବେକ ବେହେରା, ସିଂରାୟ ମାରାଣ୍ଡି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷର ଅଧ୍ୟାପକ କୁମାରେଶ ନାୟକ ଧନ୍ୟବାଦ ଅର୍ପଣ କରିିଥିଲେ ।

Leave A Reply

Your email address will not be published.