ଧୁମଧାମରେ ପାଳିତ ହେଲା ଜିଲାସ୍ତରୀୟ ନୂଆଖାଇ ଭେଟଘାଟ

0 1

ନୂଆପଡା,(ଅମିତ ପୁରୋହିତ ) ; ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ହାଇସ୍କୁଲ ଖେଳ ପଡିଆରେ  ଡମ୍ବ ଗଣ୍ଡା ସମାଜର ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି । 

 ପ୍ରାପ୍ତ ସୂଚନା ମୁତାବକ ଲଖନା ନିକଟସ୍ଥ ମୁରଲିବାହାଲି ଗ୍ରାମଠାରୁ ଏକ କଳସ ଶୋଭାଯାତ୍ରା ବାହାରି ଲଖନା ଗ୍ରାମର ହାଇସ୍କୁଲ ପଡିଆ ଠାରେ ପହଞ୍ଚିଥିଲା । ଏହି କଳସ ଯାତ୍ରାରେ ୨୦୦ ରୁ ଉର୍ଦ୍ଧ ମହିଳା ଯୋଗଦାନ କରିଥିଲେ । କଳସଯାତ୍ରା ପହଞ୍ଚିବାପରେ ପାରମ୍ପରିକ ରିତିନିତିରେ ପୂଜାର୍ଚନା କରାଯାଇଥିଲା । ପରେ ଉପସ୍ଥିତ ସମାଜର ପ୍ରତ୍ୟେକ ବ୍ୟକ୍ତି ପ୍ରସାଦ ସେବନ କରିଥିଲେ । ପରେ ସମାଜର ବିଭିନ୍ନ ଆନୁସଙ୍ଗିକ ବିଷୟ ଉପରେ ଚର୍ଚ୍ଚା ଆଲୋଚନ କରାଯାଇଥିଲା । ରାତ୍ର ୧୧ ଟା ସମୟରେ ଏକ ସଧାରଣ ସଭା ଅନୁଷ୍ଠିତ  ହୋଇଥିଲା । ଏହି ସଭାରେ ରାଜ୍ୟ ଅସ୍ପୃଶ୍ୟ ସୁରକ୍ଷା ସମିତି ତଥା ନୂଆପଡା ଜିଲ୍ଲା ଡମ୍ବଗଣ୍ଡା ସମାଜର ସଭାପତି ଫକିର ମୋହନ ଜଗତ,ଓଡିଶା ସରକାର ଙ୍କ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ,ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ନୂଆପଡା ସହକାରୀ ଜିଲାପାଳ କର୍ନ ସୁନା, ହରିକେଶ ଜାଲ, ଚନ୍ଦ୍ରମଣି ସାଣ୍ଡଳା, କୋମନା ପଞ୍ଚାୟତସମିତିର ଅଧ୍ୟକ୍ଷ ମନୋଜ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ପ୍ରଥମେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ମହାତ୍ମା ବୁଦ୍ଧ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆମନ୍ତ୍ରିତ ଅତିଥିମାନେ ସମାଜ ମଧ୍ୟରେ ଶିକ୍ଷାର ବିକାଶ ହୋଇପାରିଲେ ସମାଜ ବିକାଶ ହୋଇପାରିବ ବୋଲି ମତପୋଷଣ କରିଥିଲେ । ନୂଆଖାଇ ଭେଟଘାଟ କମିଟିର ସଭାପତି ପୁରୋହିତ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟରେ କମିଟିର ସୁରେନ୍ଦ୍ରସୁନା,ପ୍ରେମ ତାଣ୍ଡି,ବି୍ରଜ ନିଆଲ,ନିରାକାର ଜଗତ,ବଳଦେବ ଦୁରିଆ,ଗୌତମ ତାଣ୍ଡି,ଦାମ ସୁନା,କାର୍ତିକ କୁମ୍ଭାର,ଦେବେନ୍ଦ୍ର ବାଗ ପ୍ରମୁଖ ସହଯୋଗ କରିଥିଲେ । ପରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ରୁକୁ ସୁନା ଅର୍କେଷ୍ଟ୍ରା ପରିବେଷଣ କରିଥିଲେ ।

 

Leave A Reply

Your email address will not be published.