ପରିଛା ମଠରେ ଅନନ୍ତ ମୁଖୀ  ଶ୍ରୀମଦ୍ ଭାଗବତ ପାରାୟଣ

0 1

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ କୃଷ୍ଣ ପ୍ରତିପଦା ଦିନ ରାଜୁଗୁରୁ ସାହି ସ୍ଥିତ ପରିଛା ମଠ ବିଜେ ରାସିକରାଜ ମହାପ୍ରଭୁଙ୍କ ପ୍ରାଙ୍ଗଣରେ ସ୍ଵର୍ଗତ ନକ୍ଷତ୍ରମାଳା ପରିଛାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ଅବସରରେ ଅନନ୍ତ ମୁଖୀ ଶ୍ରୀମଦ୍ ଭାଗବତ ପାରାୟଣ ରାଷ୍ଟ୍ରର କଲ୍ୟାଣ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି  ।

     ଏଥିରେ ବିଶିଷ୍ଟ ସାଧୁ ସନ୍ଥ ଅଦୈତ ମହାରାଜ, ସୀତାରାମ ମହାରାଜ, ମଧୁସୂଦନ ବାବା, ରାଧାଚରଣ ମହାରାଜ,ପଦ୍ମଚରଣ ମହାରାଜ,ରମାନନ୍ଦ ଜୀ,ଗୀତା ଦେବୀ ଏବଂ ଅନିତା ଦେବୀ ପ୍ରମୁଖ ଯୋଗଦେଇଥିଲେ। ବାଲ୍ ମୁକୁନ୍ଦ କେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ଏବଂ ଦିଗ୍ ଦର୍ଶନ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିବା ବେଳେସମସ୍ତ କାର୍ଯ୍ୟକ୍ରମକୁ ମୂରଲୀଧର ପରିଛା, ଗୋପିନାଥ ପରିଛା,ପ୍ରତାପ ଶେଖର ପରିଛା ଏବଂ ଗୌରାଙ୍ଗ ଚନ୍ଦ୍ର ସାବତ ପରିଚଳନା କରିଥିଲେ। 

 

Leave A Reply

Your email address will not be published.