ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

0 2

ଇଣ୍ଡିଆନ୍ ଏନର୍ଜି ଫୋରମର ତୃତୀୟ ସଂସ୍କରଣରେ କେନ୍ଦ୍ରମନ୍ତ୍ରୀ

 ଆଗାମୀ ଦିନରେ ବିଶ୍ୱର ଉର୍ଜା ରୂପାନ୍ତରଣକୁ ବହୁଳ ଭାବରେ ପ୍ରଭାବିତ କରିବ ଭାରତ

 ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ

 ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ଉର୍ଜା କ୍ଷେତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୫ – ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି ଫୋରମର ତୃତୀୟ ସଂସ୍କରଣରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ଦାୟିତ୍ୱସମ୍ପନ୍ନ ଭାବେ ନିଜ ରାସ୍ତାରେ ଦେଶରେ ଉପଲବ୍ଧ ଉପାଦାନରୁ ଉର୍ଜାରେ ରୂପାନ୍ତରିତ କରିବ ଯାହା ବିଶ୍ୱର ଉର୍ଜା ଜଗତକୁ ବହୁଳ ଭାବରେ ପ୍ରଭାବିତ କରିବ । ଏପରି କିଛି ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି ଯେ ୨୦୧୪-୧୫ରେ ଅକ୍ଷୟ ଉର୍ଜା ୧୦ ପ୍ରତିଶତ ଥିଲା, ଯାହା ଏବେ ତାହା ୨୨ ପ୍ରତିଶତରେ ପହଁଚିଲାଣି । ସେହିପରି ଇଥାନଲ ବ୍ଲେଡିଂ ୨୦୧୨-୧୩ରେ ୦.୬୭ ପ୍ରତିଶତ ଥିବାବେଳେ ଏବେ ଏହା ୬ ପ୍ରତିଶତକୁ ବୃଦ୍ଧି ହେଲାଣି ।

ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ଏହି ଲକ୍ଷ୍ୟକୁ ଭାରତ ହାସଲ କରିବାର କ୍ଷମତା ରଖିଛି । ଭାରତୀୟ ଉର୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବେଲି ସେ କହିଛନ୍ତି । ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ ଏବଂ ଏହାଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦିନରେ ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର  । ଭାରତ ବିଶ୍ୱର ୬ଷ୍ଠ  ବୃହତ୍ ଅର୍ଥନୀତି ହୋଇଥିବା ବେଳେ ଉର୍ଜା ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବା; ଭାରତ ଆଗାମୀ ଦିନରେ ବିଶ୍ୱ ଉର୍ଜା ବ୍ୟବହାର ନେତୃତ୍ୱ ନେବା ସମ୍ଭାବନାର ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର  କେନ୍ଦ୍ର ବିନ୍ଦୁ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦିନରେ ଟେକ୍ନୋଲୋଜି ମାଧ୍ୟମରେ କୋଇଲାକୁ ସ୍ୱଚ୍ଛ ସ୍ଥାୟୀ କରାଯାଇପାରୁଛି । ଓଡିଶାରେ ଏକ ସାର କାରଖାନା ସ୍ଥାପିତ କରାଯାଉଛି ଯାହା କୋଇଲାରୁ ଗ୍ୟାସ ପ୍ରସ୍ତୁତ ଟେକ୍ନୋଲୋଜିକୁ ଉପଯୋଗ କରିବାରେ ଦେଶରେ ପ୍ରଥମ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

Leave A Reply

Your email address will not be published.