ସ୍ୱଚ୍ଛ ଭାରତ ପାଇଖାନା ବିବାଦ ନେଲା ଜୀବନ !(SEE VIDEO)

0 2

ତରଣୀ ସେନ ହତ୍ୟା ଘଟଣାରେ ବିଜେପୁର ପୋଲିସ  ତିନି ଅଭିଯୁକ୍ତକୁ ଧରିବାରେ ସଫଳ 

ବରଗଡ :- ବରଗଡ଼ ଜିଲ୍ଳା ବିଜେପୁର ବ୍ଳକ  RWSS ରେ ସଂଯୋଜକ ଭାବରେ କମକରୁଥିବା  ତରଣୀ ସେନ ମହାଲାଙ୍କ ହତ୍ୟା ଘଟଣାରେ ବିଜେପୁର ପୋଲିସ  ତିନିଜଣ ଅଭିଯୁକ୍ତକୁ   ଧରିବାରେ ସଫଳ  ହୋଇଛି । ଗିରଫ ଅଭିଯୁକ୍ତ ମାନେ  ହେଲେ ବିଜେପୁର ଥାନା ଅନ୍ତର୍ଗତ ଜାମପାଲିର ଗ୍ରାମର ରିକୁ ସାହୁ,ମେଲଚାମୁଣ୍ଡା ଥାନା  ଖଲାବାହାଲର ରାମ ମେହେର ଏବଂ ଫକିର ମେହେର ।ଘଟଣା ସମ୍ପର୍କରେ ଆଜି  ବରଗଡ଼ ଏସପି ପଦ୍ମିନୀ ସାହୁ  ବିଜେପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରି କହିଛନ୍ତି ଯେ  ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ବାକିଆ ଟଙ୍କାକୁ ନେଇ ହେଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି |

ଗାଇସିଲେଟ ଥାନା ଶରଧାପାଲି ରୁ ତରଣୀ ଏକ ମିଟିଂରେ ଯୋଗଦେବାପାଇଁ  ୧୨ ତାରିଖ ଦିନ ବିଜେପୁରକୁ ନିଜର ପଲସର ବାଇକ୍ରେ ବାହାରିଥିଲେ । ତା ପରଠୁ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ଗାଇସିଲେଟ ଥାନାରେ ଏତାଲା ଦେଇଥିଲେ । ମଙ୍ଗଳବାର ବିଜେପୁର ପୋଲିସ ଦମ୍ପିଙ୍ଗ ୟାରଡ଼ରୁ   ତରାଣୀର ମୃତ ଦେହକୁ ଉଦ୍ଧାର କରିଛି କରିଥିଲା ।  ବିଜେପୁର ସ୍ଥିତ ତରଣୀର  ଭଡ଼ାଘରେ ତରଣୀ କୁ ହତ୍ୟା କରଥିବା   ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ୱୀକାର  କରିଥିବା SP କହିଛନ୍ତି ।

      ଏପଟେ ମୃତ ତରଣୀ ର ପରିବାରକୁ ଉଚିତ କ୍ଷତିପୂରଣ ସହିତ ପରିବାର ର ଜଣକୁ ସରକାରୀ ଚାକିରୀ ତଥା ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦାବିରେ ଆଜି ଗାଇସିଲେଟ ବଲାଙ୍ଗୀର ରାସ୍ତାର ନୂଆପାଲି ଛକ ଠାରେ ସର୍ଦ୍ଧାପାଲି ପଞ୍ଚାୟତ ର ଶହ ଶହ ମହିଳା ଓ ପୁରୁଷ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ସ୍ଥାନକୁ ପ୍ରଶାସନିକ ଅଧିକାରୀ ମାନେ ପହଂଛି କଥାବାର୍ତ୍ତା ଜାରି ରଖିଛନ୍ତି ହେଲେ ବର୍ତ୍ତମାନ ସୁଧ୍ଯା ସମାଧାନ ହେଇ ପାରିନାହିଁ ।

Leave A Reply

Your email address will not be published.