ବାରିପଦା ପୌର ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ସଫେଇ କାର୍ଯ୍ୟ ଠପ୍

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ଗତ ଅକ୍ଟୋବର ୭ରେ ବାରିପଦା ପୌରପରିଷଦର ସଫେଇ କର୍ମଚାରୀ ତଥା ସ୍ଥାନୀୟ ୱାଡର଼୍ ନଂ ୧୪ ତୁଳସୀଚଉରା ଅଞ୍ଚଳର ରଞ୍ଜିତ ମୁଖୀ ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ ସମୟରେ୨୩ ନଂ ୱାଡର଼୍ରେ ସଫେଇ କାର୍ଯ୍ୟ ଜାରି ରଖିଥିବା ବେଳେ ୩ ଜଣ ଲୋକ ସେଠାରେ ଥିବା ଏକ ପୌରପରିଷଦର ଡ଼ଷ୍ଟବିନକୁ ଫିନାଇଲରେ ସଫା କରିବା ପରେ ତା ଭିତରେ ଅଳିଆ ପକାଇବାକୁ କହିଥିଲେ । କିନ୍ତୁ ପୌରପରିଷଦ ପକ୍ଷରୁ ଡ଼ଷ୍ଟବିନକୁ ସଫା କରିବା ନିମନ୍ତେ ଫିନାଇଲ ଯୋଗାଇ ଦେଇନଥିବାରୁ କିପରି ସଫା କରିବି ବୋଲି ସୁଇପାର ରଞ୍ଜିତ ଉତ୍ତର ଦେବା ପରେ ସେମାନେ ଉତ୍ୟକ୍ତ ହୋଇ ଜାତି ଉଠାଇ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାର ଧମକ ଦେଇ ସଫେଇ କର୍ମଚାରୀ ରଞ୍ଜିତ ମୁଖୀକୁ ଆକ୍ରମଣ କରିଥିବା ବିଷୟକୁ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହେବା ପରେ ଥାନାରେ କେଶ ନଂ ୨୫୮/୨୦୧୯ ଆଇପିସି ଧାରା ୩୪୧, ୨୯୪, ୫୦୬, ୩୨୩, ୩୪ ଏବଂ ୩ ଏସସି-ଏସଟି ଆକ୍ଟ ୧୯୮୯ରେ ଏକ ମାମଲା ରୁଜୁ ହୋଇଥିଲା । ମାତ୍ର ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବାରେ ବିଫଳ ହେବା ପରେ ଏହାର ପ୍ରତିବାଦରେ ଦୁର୍ଗାପୂଜା ପୂର୍ବରୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିଲେ ଏବଂ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଯଥା ଶୀଘ୍ର ଚିହ୍ନଟ କରି ଗିରୌ କରିବାରତ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଏହା ମଧ୍ୟରେ କିଛି ଦିନ ଅତୀତ ହୋଇସାରିଥିଲେ ମଧ୍ୟ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଆଜି ବାରିପଦା ପୌର ପରିଷଦର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନରେ ବସିଥିଲେ । ଫଳରେ ପୌରପରିଷଦର ବିଭିନ୍ନ ୱାଡର଼୍ରେ ସଫେଇ କାର୍ଯ୍ୟ ଠପ୍ ହୋଇଯାଇଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.