ଭୁବନେଶ୍ୱର (ଶାସକ ପ୍ରଶାସକ) : ସ୍ଥାନୀୟ ଜବାହରଲାଲ ନେହେରୁ ମାର୍ଗସ୍ଥିତ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡିଶାର ବିଶିଷ୍ଟ ନାଟ୍ୟକାର, ପାଲାକାର, ଆଶୁକବି, ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉପଲକ୍ଷେ ସ୍ମୃତି·ରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ ବାଲ୍ୟ କାଳରୁ ଅଭାବ ଅନାଟନ ମଧ୍ୟରେ ଗତି କରିଥିଲେ ମଧ୍ୟ ନିଜର ଜ୍ଞାନ, ପାଣ୍ଡିତ୍ୟ ଓ ସମାଜସେବାମୂଳକ କାର୍ଯ୍ୟ ପାଇଁ ସେ ଜନମାନସଙ୍କ ହୃଦୟରେ ଆଜି ବି ବିଦ୍ୟମାନ । ଓଡିଶାକୁ ମଦମୁକ୍ତ କରିବା ପାଇଁ ତାଙ୍କର ଯେଉଁ ଦୃଢ ସଂକଳ୍ପ ଓ ଅଭିଯାନ ତାହା ବାସ୍ତବିକ ବେଶ୍ ପ୍ରଶଂସନୀୟ । ନିନ୍ଦା ଅପବାଦ, ଦାରିଦ୍ର୍ୟ ମଧ୍ୟରେ ତାଙ୍କର ଜୀବନ ଅତିବାହିତ ହୋଇଥିଲେ ମଧ୍ୟ ତାଙ୍କ ଜ୍ଞାନର ଆଲୋକ ଆଜି ବି ସମସ୍ତଙ୍କୁ ନୂତନ ଦିଗ୍ଦର୍ଶନ ଦେଇ ଆସୁଛି । ସେ ମଧ୍ୟ ଆଶୁକବି ଓ ବିଦଗ୍ଧ ଉପାଧିରେ ଭୂଷିତ । ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ସେ ଭୂମିଷ୍ଠ ହୋଇଥିଲେ । ତାଙ୍କର ଅଧୁରା ସ୍ୱପ୍ନକୁ ଅର୍ଥାତ୍ ମଦମୁକ୍ତ ଓଡିଶା ଗଠନ ଅଭିଯାନକୁ ସଫଳ କରାଇ ପାରିଲେ ତାହା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପୂଜ୍ୟପୂଜା ଅଭିଯାନର ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶାର କେତେକ ଜିଲ୍ଲାରେ ଏହି ମହତ୍ ପୂଜ୍ୟପୂଜା କାର୍ଯ୍ୟ ଆରମ୍ଭ ହେବା ସହିତ ସରକାରଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଉକ୍ତ ସ୍ମୃତି·ରଣ ସଭାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆବାହକ କିଶନ ବରାଇ ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସହିତ ସୀତାବଲଲ୍ଲଭ ମହାପାତ୍ର, ଡମ୍ବରୁଧର ହରଣ ସିଂ, ଅଲେଖ ଜେନା, ଲକ୍ଷ୍ମଣ ଦାସ, ସାମ୍ବାଦିକ ମଦନ ମୋହନ ପାଢୀ, ବୁଦ୍ଧିମାନ ନାୟକ, ନିରନ ସାହୁ, ସିତାଂଶୁ ଶେଖର ମହାରଣା, ବିଜୟ ମଲ୍ଲ, ପ୍ରମୋଦ ଦେବ, ବ୍ରଜବନ୍ଧୁ ପରିଡା, ବି ମୁରଲୀଧର, ମିତ୍ କୌର, ମିଟୁ ମହାରଣା, ଡଃ ଅସିତ୍ ଦାସ, ନାରାୟଣ ଖୁଣ୍ଟିଆ, ମନୋରନ, ଉମା ଚରଣ ମହାନ୍ତି , ସମିତା ମହାରଣା, ସୁଧାକର ଶତପଥୀ, ଶିବ ପଣ୍ଡା, ତନ୍ମୟ ସାମନ୍ତରାୟ, ସଂଗ୍ରାମ ବଳିୟାର ସିଂ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଶେଷରେ ଗଣକବିଙ୍କ ସ୍ମୃତି ଉଦେ୍ଧଶ୍ୟରେ ସ୍ଳୋଗାନ ଦିଆଯାଇଥିଲା, ଧନ୍ୟବାଦ ଅର୍ପଣ କରିଥିଲେ ଅଭିଯାନର ଯୁଗ୍ମ ସଂଯୋଜନ ନାରାୟଣ ଚନ୍ଦ୍ର ଓଝା ।
Sign in
Sign in
Recover your password.
A password will be e-mailed to you.