୧୦୪୨ କେଜି ଗଞ୍ଜେଇ ଜବତ ଘଟଣା: ଗାଡି ମାଲିକ କିଏ, ନସର ନା ଚନ୍ଦନ !!!

0 2

ଗୋଟିଏ ନମ୍ବର ମାଲିକ ଦୁଇ, ଚେର ଖୋଜୁଛି ପୋଲିସ

ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗୀରର ସହର ଆରଟିଓ ଛକ ନିକଟରେ ଏକ ଗଞ୍ଜେଇ ବୋଝେଇ ହାଇଓ୍ବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଥିଲା ଟାଉନ ପୋଲିସ |  ସନିବାର ଦିନ ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ଓଜନ କରା ଯାଇ ଚାଲକଙ୍କୁ କୋର୍ଟ ଚାଲାଣ କରାଯାଇ ଥିଲା  |

ସୂଚନାଯୋଗ୍ୟ,  ହାଇୱା ଗାଡ଼ିଟି ନଂ OR 05 AB 6704 ଦେଓଗାଁ ରୁ ବଲାଙ୍ଗୀର ସହର ଆଡ଼କୁ ଆସୁଥିଲା । ଏହି ହାଇଓ୍ବାରେ ପ୍ରଚୁର ପରିମାଣର ଗଞ୍ଜେଇ ଆସୁଥିବା ନେଇ ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା। ଯୋଜନା ମୁତାବକ ବଲାଙ୍ଗୀର ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ଟିମ୍‌ ଆରଟିଓ ଅଫିସ ଛକରେ ହାଇଓ୍ବା ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। | ଘଟଣା ସ୍ଥଲରେ ଡ୍ରାଇଭର ନିରଞ୍ଜନ ପ୍ରଧାନ କୁ କାବୁ କରିଥିବା ବେଲେ ଅନ୍ୟ ଜଣେ ଫେରାର ଥିବା କୁହାଯାଇଛି | ଯାଞ୍ଚ ସମୟରେ ଗାଡିରୁ ୫୦ ବସ୍ତାରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଥିଲା।  ମାଜିଷ୍ଚେଟ ସନ୍ତୋଷ ଦାସ ଙ୍କୁ ଉପସ୍ଥିତିରେ ଏହାର ଓଜନ କଲା ପରେ 1042 କେଜି ଗଞ୍ଜେଇ ଜଣା ପଡିଥିଲା | ହାଇୱାଟି ଚିତ୍ରକୋଣ୍ଡାରୁ ଭବାନୀପାଟଣା ଦେଇ ସମ୍ବଲପୁର ଯିବରଥିଲା ବୋଲି ଚାଲକ ପୋଲିସ କୁ କହିଛି |  କୋଟିଏ ଟଙ୍କା ର ଗଞ୍ଜେଇ ବେଆଇନ କାରବାର  ହେଉଥିଲା ବୋଲି ଏସ.ଡି. ପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି । 

ରହସ୍ୟ ର କଥା ଏହି କି  ଯେ ହାଇୱା ଗାଡି ନଂମ୍ବର କୁ ଚେକ କଲେ  ଓଡିଶା ମୋଟର  ଟ୍ରାନ୍ସଷ୍ପୋଟ ଡିପାର୍ଟମେଣ୍ଟ ୱେବସାଇଟ  ଅନୁଶାରେ ଗାଡିମାଲିକଙ୍କ ନାଁ ଚନ୍ଦନ ଜେନା  ଥିବା ବେଲେ  ମିନିଷ୍ଚ୍ରିଅଫ ରୋଡ ଟ୍ରାନ୍ସଷ୍ପୋଟ ଏଣ୍ଡ ହାଇୱେ  ୱେବସାଇଟ ଅନୁଶାରେ ମହୋମ୍ମଦ ଅବୁ ନସର ବୋଲି ଦେଖିବାକୁ ମିଲୁଛି  | ପ୍ରକୁତରେ ଗାଡି ମାଲିକ କିଏ ? ନା ଏଇ ଦୁଇ ଜଣଙ୍କ ନହୋଇ ଆଉ କାର !! ସେଭଲି କେହି ଲୋକ ଅଛନ୍ତି ନା ପଞ୍ଜିକରଣ ଜାଲ !!!  ପରିବହନ ବିଭାଗର ଞାତସାର ରେ ଚାଲୁନାହିଁ  ତ  ଏହି  ଗୋଲକ ଧନ୍ଦା ?  ତେବେ  ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.