୧୦୪୨ କେଜି ଗଂଜେଇ ନେଇ ଆସୁଥିବା ହାଇବାକୁ ଧଇଲା ବଲାଙ୍ଗୀର ପୋଲିସ

0 2

  ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର ) : ବଲାଙ୍ଗୀରର ସହର ଉପକଣ୍ଠରେ ଏକ ଗଞ୍ଜେଇ ବୋଝେଇ ହାଇଓ୍ବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି ଟାଉନ ଥାନା ପୋଲିସ। ଏଥିସହ ଡ୍ରାଇଭରକୁ ମଧ୍ୟ ଅଟକ ରଖାଯାଇଛି।

 ସୂଚନାଯୋଗ୍ୟ, ହାଇୱା ଗାଡ଼ିଟି ନଂ OR 05 AB 6704 ଦେଓଗାଁ ରୁ ବଲାଙ୍ଗୀର ସହର ଆଡ଼କୁ ଆସୁଥିଲା। ଏହି ହାଇଓ୍ବାରେ ପ୍ରଚୁର ପରିମାଣର ଗଞ୍ଜେଇ ଆସୁଥିବା ନେଇ ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା। ଯୋଜନା ମୁତାବକ ବଲାଙ୍ଗୀର ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ଟିମ୍‌ ଆରଟିଓ ଅଫିସ ଛକରେ ହାଇଓ୍ବା ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ୫୦ ବସ୍ତାରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଥିଲା। ଗୋଟିଏ ବସ୍ତା ରେ ପାଖାପାଖି ୪୦ ରୁ ୪୫ କେଜି ଥବା ଜଣାପଡିଥିଲା। ଏହି ୫୦ ବସ୍ତା ଗଂଜେଇର ଓଜନ ୧୦୪୨ କେଜି ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି | ତେବେ  ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗାଡିର ପଞ୍ଜିକରଣ କଟକରେ ହୋଇଥିବା ବେଳେ ଗାଡି ମହମ୍ମଦ ଆବୁ ନାସାର ବୋଲି ଜଣା ପଡିଛି |

Leave A Reply

Your email address will not be published.