ବଡ଼ବିଲରେ ଦେଶୀ ମଦ ଜବତ : ଜଣେ ମହିଳାଙ୍କ ସହ ୫ ଜଣ ଗିରଫ

0 2

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲରେ ଅବୈଧ  ଦେଶୀ ମଦ କାରବାର ଚାଲୁ ରହିଥିଲା ବେଳେ ଆଜି ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟକୁ ଫରୱାର୍ଡ କରିଛି। ଗିରଫ ୫ଜଣଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୌର ଗ୍ୟାରେଜ ଅଞ୍ଚଳର ମହେଶ କାରୁଆ, ସାଧୁ ସିଂ ହଟିଂ ଅଞ୍ଚଳର ଆକାଶ ଚୌଧୁରୀ, ବାରୁ ହଟିଂର ମୁନା କାଲୁଣ୍ଡିଆ, ବାଘିଆ ବୁରୁ ହଟିଂର ବୁତୁରୁ ସୀଙ୍କୁ ଓ ବଡ଼ବିଲ ଷ୍ଟେସନ ରୋଡ ଅଞ୍ଚଳରେ ରହୁଥିବା ଜନୈକା ମହିଳା ତିତି ଲାଗୁରି। ସମୁଦାୟ ୪୫ ଲିଟର ମଦ ଜବତ ହୋଇଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଜଣାଇଛନ୍ତି।

Leave A Reply

Your email address will not be published.