ଜଗତସିଂହପୁର:(ରମେଶ ମହାନ୍ତି):-ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ପର୍ବ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସଂନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଭଜନ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଦୀପ ଉଜ୍ୱଳନ କରି ଉଦଘାଟନ କରିବା ସହିତ ଓ ମହାତ୍ମାଗାନ୍ଧିଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଛ୍ଛ ପ୍ରଦାନ କରିଥିଲେ ।ସ୍ଥାନିୟ ଦଧିବାମନଜୀୟୁ ସାଂସ୍କୃତିକ ସଂଗଠନ,କେନ୍ଦାଳର କଳାକାର ମାନେ ଗାନ୍ଧିଙ୍କ ପ୍ରିୟ ଭଜନ ଗାନ କରିଥିଲେ।କଳାକାର କଣ୍ଠଶିଳ୍ପି ଋତୁପୁର୍ଣ୍ଣା ସାହୁ,ଅନ୍ଜଳୀ ବେହେରା, ଶୁଭଲକ୍ଷ୍ମୀ ବେହେରା,ରଂଜନ କୁମାର ନାଥ,ଦୁର୍ଗେଶ ପଣ୍ଡା,ବିଚିତ୍ର କୁମାର, ଅକ୍ଷୟ କୁମାର ବେହେରା ପ୍ରମୁଖ ଭଜନ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସଙ୍କ ସମେତ ସ୍ଥାନିୟ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ।ଏଥିରେ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ କବିତା ମୁର୍ମୁ,ରୀନାରାଣୀ ସୋରେନ୍,କାଜଲ କୁମାର ମଲ୍ଲିକ ପ୍ରମୂଖ ସହଯୋଗ କରିଥିଲେ।ଏହି ପର୍ଯ୍ୟଟନ ପର୍ବ ଅବସରରେ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶେଷରେ କୃତୀ ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.