ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ରକ୍ତାକ୍ତ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ ହେଲେ ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି । ସୁନାରାମ ଗତକାଲି ରାତିରେ ଯୋକାରେ ହେଉଥିବା ରାବଣପୋଡି ଦେଖିବାକୁ ଯାଇ ଘରକୁ ଫେରିନଥିଲେ। ଆଜି ସୁନାରାମଙ୍କ ରକ୍ତାକ୍ତ ମୃତଦେହ ରାସ୍ତାଉପରେ ପଡିଥିବା ଦେଖିବାକୁ ମିଳିଥିଲା । ପାରିପାର୍ଶ୍ବିକ ଅବସ୍ଥାକୁ ଅନୁଧ୍ୟାନ କଲେ କେହି ଦୁର୍ବୁତ୍ତ ସୁନାରାମକୁ ପଥରରେ ଛେଞ୍ଚି ହତ୍ୟାକରିଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚି ମୃତ ଦେହ ଜବତ କରିଥିବା ସହ ବାରିପଦାରୁ ସାଇଣ୍ଟିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ସୁନାରାମଙ୍କ ପରିବାର ପକ୍ଷରୁ ହତ୍ୟାକାରୀକୁ ତୁରନ୍ତ ଖୋଜି ବାହାର କରି କଠୋର ଦଣ୍ଡବିଧାନ ନିମନ୍ତେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.