ମଦ ନେଲା ଜୀବନ : ମଦ ପିଆ ଟଙ୍କାକୁ ନେଇ ମଦ ବେପାରୀ କଲେ ଭୁଜାଳିରେ ଆକ୍ରମଣ

0 2

ସୋହେଲା :-  ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ  ପଡ଼ିଆ ଠାରେ  ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ସୋହେଲା ର ରାବଣ ପୋଡି ଅଂଚଳରେ ଖୁବ ପ୍ରସିଦ୍ଧ ।ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ ସ୍ଥାନୀୟ କୁମ୍ଭାରବନ୍ଧ ପଡାରେ ମଦ ପିଆ ଟଙ୍କାକୁ ନେଇ ମଦ ବିକ୍ରେତା ଓ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତକ୍ଷିପ୍ତ ହୋଇ ମଦ ବିକ୍ରେତାମାନେ ଭୁଜାଲି ଓ ବିଭିନ୍ନ ମରଣାସ୍ତ୍ରରେ ଏମାନଙ୍କୁ ଆକ୍ରମଣ କରିଥିଲେ। ସରାଇପାଲି ଥାନା ବାଲସି ଗ୍ରାମର ଯୁବକ ସଞ୍ଜୟ ପଧାନ(୩୦)ଙ୍କ ମୃତ୍ୟୁ ହୋଇଛି। ମଦ ବିକ୍ରେତା ମାନଙ୍କ ଭୁଜାଲି ମାଡ଼ରେ ବରଗଡ ଜିଲା ବିଜେପୁର ଥାନା ବାଦୀପାଲି ଗ୍ରାମର ୪ ଜଣ ଯୁବକ କ୍ଷୀରୋଦ୍ର ଭୋଇ (୨୪),ଡାକ୍ତର ଭୋଇ(୨୩), ବାଲସି ଗ୍ରାମର ଯୁବକ ସଞ୍ଜୟ ପଧାନ(୩୦) ଓ ବିଦ୍ୟାଧର ଭୋଇ(୨୭) ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ପୂଜା କମିଟିର ସଦସ୍ୟମାନେ ପୋଲିସର ସହାୟତାରେ ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ରାତାରାତି ଉକ୍ତ ପଡାର ମଦ ବିକ୍ରେତା ଓ କିଛି ଲୋକଙ୍କୁ ସନ୍ଦେହରେ ଉଠାଇ ଆଣି ଥାନାରେ ରଖି ପଚରାଉଚୁରା କରୁଛନ୍ତି। ସେପଟେ ମୃତଦେହ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଯାଇଛି। ଏନେଇ ସୋହେଲା ଥାନାରେ କେସ ନମ୍ବର ୧୬୭/୧୯ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.