କାରଣ ଖୋଜିଲେ, ଲୋକଙ୍କୁ ବୁଝାଇଲେ ରୋହିତ 

0 3

Bhubaneswar/ Rairaakhol  :- ରେଢାଖୋଲ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂଜିନିୟର ରୋହିତ ପୂଜାରୀ ଆଜି ନିଜ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକ ଡଙ୍ଗର ପଡା ପଂଚାୟତ ର ହିରୋ ଗ୍ରାମକୁ ଯାଉଥିବା ସମୟରେ ଦେଖିଲେ ଯେ ନୂତନ ଭାବରେ ନିର୍ମାଣ କରାଯାଇଥିବା ରାସ୍ତାଟି ନଷ୍ଟ ହେବାରେ ଲାଗିଛି । କାରଣ ଖୋଜିଲେ, ଆଉ ପାଇବି ଗଲେ |

ଅସଲ କଥାଟି ହେଲେ ଚାଷ କାମ ପାଇଁ ବ୍ୟବହୃତ ହେଉଥିବା ଟ୍ରାକ୍ଟର ରେ ଲୋକେ ଲୁହା ଚକ ଲଗାଇ ରାସ୍ତା ଉପରେ ଚାଲୁଥିବାରୁ ରାସ୍ତା ନଷ୍ଟ ହେବାରେ ଲାଗିଛି । ପିଚୁ ରାସ୍ତା ହେଉ କିମ୍ବା କଂକ୍ରିଟ ରାସ୍ତା ହେଉ ଯଦି ଲୁହଚକ ଲଗା ଟ୍ରାକ୍ଟର ଚାଲିବ ତେବେ ରାସ୍ତା ନିଶ୍ଚୟ ଖରାପ ହେବ । ରାସ୍ତାର ଏହି ଅବସ୍ଥା ଦେଖିବା ପରେ ମାନ୍ୟବର ବିଧାୟକ ନିକଟସ୍ଥ ହିରୋ ଗ୍ରାମକୁ ପହଞ୍ଚିଥିଲେ । ସେହି ଗ୍ରାମରେ ସେ ରାସ୍ତା କଡରେ ଟ୍ରାକ୍ଟର ର ହଳେ ଲୁହଚକ ରଖାହେଇଥିବା ଦେଖି ତୁରନ୍ତ ଗାଡି ଅଟକାଇ ସେଠାରେ ଗାଡିରୁ ବାହାରି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଟ୍ରାକ୍ଟରରେ ଲୁହା ଚକ ଲଗେଇ ରାସ୍ତା ରେ ନ ଚଳେଇବାକୁ  ବୁଝେଇଥିଲେ । ବିଧାୟକ ଙ୍କର ଏହିକାର୍ଯ୍ୟ କୁ ବିଭିନ୍ନ ମହଲରେ ଖୁବ ପ୍ରସଂଶା କରାଯାଇଥିଲା । 

http://www.youtube.com/watch?v=dFEN5vdf7K4 

 ବାସ୍ତବରେ ଦେଖିବାକୁ ଗଲେ କେବଳ ରେଢାଖୋଲ ନିର୍ବାଚନ ମଣ୍ଡଳୀ ନୁହେଁ ଅଧିକାଂଶ ଜାଗାରେ ଲୁହା ଚକ ଲଗା ଟ୍ରାକ୍ଟର ରାସ୍ତା ଉପରେ ଚାଲିବା ଯୋଗୁ ରାସ୍ତା ଖରାପ ହେଉଛି   ରାସ୍ତା ନିର୍ମାଣ କାରୀ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରେ ରାସ୍ତାରେ ଲୁହଚକ ଲଗାଇ ଟ୍ରାକ୍ଟର ଚଳାଇବା ମନା ବୋଲି ଲେଖା ବି ହେଇଛି କିନ୍ତୁ ସଚେତନତା ର ଅଭାବ ଯୋଗୁଁ କେହି ଶୁଣିବାକୁ ନାରାଜ । ବିଧାୟକ ତଥା ଉପମୁଖ୍ୟ ସଚେତକ ଙ୍କର ଏହି ଉଦ୍ୟମ କିଛିଟା ପରିବର୍ତ୍ତନ ନିଶ୍ଚୟ ଆଣିବ ଏଥିରେ ସନ୍ଦେହ ନାହିଁ |

Leave A Reply

Your email address will not be published.