ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ

19

ବାଲିକୁଦା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନହରଣାକୁ ୩ୟ ପର୍ଯ୍ୟାୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ସମ୍ମାନିତ ଅତିଥି ଭାବେ ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସରକାରଙ୍କର ଏହି ଅଭିନବ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ବିଦ୍ୟାଧର ଦଣ୍ଡପାଟ, ଜିଲ୍ଲା ପରିଷଦ ସଭ୍ୟା ତଟିନା ସ୍ଵାଇଁ , ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ସ୍ୱାଇଁ, ପ୍ରଧାନ ଶିକ୍ଷକ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଯୋଜନାର ସଫଳତା କାମନା କରିଥିଲେ । ଶିକ୍ଷକ ତପନ କୁମାର ନାୟକ ସଭା ସଞ୍ଚାଳନ କରିଥିଲେ । ବରିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ବରାଳ, କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ପୃଷ୍ଟି, ବିଇଓ ବିଶ୍ବମ୍ବର ମଲ୍ଲିକ, ଶିକ୍ଷକ ପ୍ରଦୀପ୍ତ କୁମାର ରାଉତ, ଜୀବନ ପ୍ରସାଦ ସାହୁ, ସ୍ମିତାଞ୍ଜଳି ମହାନ୍ତି, କବିତା ବିଶ୍ୱାଳ,ନମିତା ଓଝା, ଉତ୍କଳମଣି ଗୋପବନ୍ଧୁ ବିଦ୍ୟାପୀଠ ନହରଣାର ଶିକ୍ଷକ ସୁଶାନ୍ତ ଶତପଥୀ ଓ ବିଶ୍ୱଜିତ ବେହେରା ଓ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାକ୍ତନ ଶିକ୍ଷକ ନୀଳମଣି ପାଣି ଶ୍ଳୋକ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ତତ୍ପରେ ମନ୍ତ୍ରୀ ଓ ବିଧାୟକଙ୍କ କର କମଳରେ ଶିଳାନ୍ୟାସ କରାଯାଇଥିଲା ।

Leave A Reply

Your email address will not be published.