ଓଡ଼ଗାଁ / ଶ୍ରୀକାନ୍ତ ମିଶ୍ର : ସାର୍ବଜନିନ ଦୁର୍ଗାପୂଜା ଅବସରରେ ଓଡ଼ଗାଁ ଅଂଚଳ ହୋଇଉଠିଛି ଉତ୍ସବ ମୂଖର । ନାନାରଙ୍ଗର ଆଲୋକ ମାଳାରେ ପୁଜାମଣ୍ଡପ ହୋଇ ଉଠିଛି ଆକର୍ଷଣୀୟ । ଦୀର୍ଘ ୫୦ବର୍ଷରୁ ଉଦ୍ଧ୍ୱ ର୍ସମୟ ଧରି ଓଡ଼ଗାଁ ବ୍ଲକ ସାମ୍ନାରେ ଚାଲିଆସିଥିବା ଏକମାତ୍ର ପୂଜା ମଣ୍ଡପରେ ମାଦୁର୍ଗାଙ୍କ ପୂଜାଅର୍ଚ୍ଚନା ଏବର୍ଷ ମଧ୍ୟ ଧୁମଧାମରେ ପାଳିତ ହେଉଛି । ଆଦ୍ୟାଶକ୍ତିଙ୍କ ଆବାହନ ଓ ଆରାଧନାରେ ଶ୍ରଦ୍ଧାଳୁମାନେ ହୋଇଛନ୍ତି ନିମଗ୍ନ । ସ୍ତବ, ସ୍ତୁତି, ପ୍ରାର୍ଥନା ସହିତ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏହି ଅବସରରେ ସ୍ଥାନୀୟ ଶ୍ରୀରଘୁନାଥଙ୍କ ମନ୍ଦିର ପରିଷରରେ ଅବସ୍ଥିତ ମାବିମଳା, ରାମସାଗର ନିକଟରେ ଥିବା ରାମଚଣ୍ଡୀ ମନ୍ଦିର, ତହସିଲ ଅଫିସ ନିକଟ ହେମାମାଳୀ ମନ୍ଦିର, ଦଲକ ଛକରେ ଅବସ୍ଥିତ ଗୟଳସିଂ ମନ୍ଦିର, ରଙ୍ଗଣୀପାଟଣାରେ ବାଗ୍ଦେବୀ ମନ୍ଦିର ଏବଂ ଏହି ଅଂଚଲରର ସମସ୍ତ ସକ୍ତି ପିଠ ମାନଙ୍କରେ ଜାକଜମକ ସହକାରେ ଶୋଡଷ ଉପଚାରରେ ମାଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ଓଡ଼ଗାଁ ବ୍ଲକ ଅଂଚଳର କୁରାଳ, ନନ୍ଦିଘୋର, ବୁଢାବୁଢିଆଣୀ, ବାହାଡାଝୋଲା ଆଦି ବିଭିନ୍ନ ସ୍ଥାନରେ ପାରମ୍ପରିକ ରିତିନୀତି ଅନୁଶାରେ ମାଙ୍କ ପୂଜା ବେଶ ଜାକଜମକ ଓ ହର୍ଶୋଲ୍ଲାଷରେ ପାଳିତ ହେଉଥିବା ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post