ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲ ରୁ ୩/୪ ଦିନର ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଜଙ୍ଗଲରେ ଏକ ଶିଶୁ କନ୍ୟାର କୁଆଁ କୁଆଁ କାନ୍ଦ ଶୁଣି କିଛି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଏହି ଶିଶୁ କନ୍ୟାକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ସହାୟତାରେ କାରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥଲେ।ଡାକ୍ତରଙ୍କ କହିବା ଅନୁଯାୟୀ ଶିଶୁଟିର ସ୍ୱାସ୍ଥ ଅବସ୍ଥା ଭଲ ଅଛି । ଏହି ଘଟଣା କେନ୍ଦ୍ର ସରକାର ବେଟି ପଢ଼ାଓ, ବେଟି ବଚାଓ ଓ ରାଜତ ସରକାରଙ୍କ ପରୀ ଯୋଜନାର ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି ।
Sign in
Sign in
Recover your password.
A password will be e-mailed to you.
Prev Post