ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡରେ ୫୦ ହଜାର ଟଙ୍କାର ଋଣ ଉପଲବ୍ଧ – ଧର୍ମେନ୍ଦ୍ର ପ୍ରଧାନ

0 2

ଏସବିଆଇ   ଗ୍ରାହକ ମେଳା କ୍ୟାମ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର– ମୋଦି ସରକାର ବ୍ୟାଙ୍କ କ୍ଷେତ୍ରରେ ବଡ ପରିବର୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ୍ ଗୁଡିକ ଗରିବ ଲୋକଙ୍କର ସାଥୀ ହୋଇପାରିଛି । ବର୍ତମାନ ବ୍ୟାଙ୍କ୍ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ୍ ତଥା ଇ-ମୁଦ୍ରା ବା ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡ୍ ମଧ୍ୟରେ ଜଣେ ଲୋକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି । ଏହା ମୋଦି ସରକାରଙ୍କ ଗରିବ ଲୋକଙ୍କୁ ଭେଟି ବୋଲି ଶୁକ୍ରବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ତରଫରୁ ଆୟୋଜିତ ଗ୍ରାହକ ମେଳା କ୍ୟାମ୍ପକୁ ଶଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡିଶାରେ ବ୍ୟାଙ୍କ୍ କମ୍ ଥିବା ବେଳେ ଅଧିକ ବ୍ୟାଙ୍କ୍ ଖୋଲାଯିବାକୁ ପରାମର୍ଶ ଦେଇଥିଲେ ।

ବ୍ୟାଙ୍କ୍ ସହ ଗ୍ରାହକଙ୍କ ସମ୍ପର୍କ ସୂତ୍ର ପ୍ରସାରଣ ନିମନ୍ତେ ଅନୁଷ୍ଠିତ  ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କର ଅର୍ଥ ବିଭାଗ ତରଫରୁ ତଥା ବ୍ୟାଙ୍କିଂ ଡିଭିଜନ୍ ତରଫରୁ ପାର୍ବଣ ଅବସରରେ ଦେଶରେ ଗୋଟିଏ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୂର୍ବରୁ ଗ୍ରାହକମାନେ ବ୍ୟାଙ୍କକୁ ଯାଉଥିବା ବେଳେ ଏବେ ବ୍ୟାଙ୍କ୍ ଲୋକଙ୍କ ପାଖକୁ ଯାଉଛି । ଏ ସମ୍ପର୍କିତ କାର୍ଯ୍ୟକ୍ରମ ଓଡିଶାରେ ଅଭିଯାନକୁ ଆରମ୍ଭ କରାଯାଇଛି । ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ୨୬୦୪ ଜଣଙ୍କୁ ଋଣ  ଦିଆଯାଇଛି । ମୋଟ ୧୬୬.୧୧ କୋଟି ଟଙ୍କା ଋଣ ମୁଦ୍ରା ଓ ଅନ୍ୟ ଯୋଜନାରେ ଏସଏସଜି ସହ ଶିକ୍ଷା, ଗାଡି ଓ ଘର ତିଆରି ଆଦି ପାଇଁ ଲୋନ୍ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମାନ୍ୟ ଲୋକମାନଙ୍କୁ ଋଣ ସୁବିଧାରେ ମିଳୁ ଏହା ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି । ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସାମାନ୍ୟ ଲୋକର ମଧ୍ୟ ଭାଗିଦାରୀ ରହୁ ଏବଂ ବ୍ୟାଙ୍କ ଏଥିରେ ସହଯୋଗ ହେଉ ଏହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଲୋକଙ୍କ ପାଖରେ ବ୍ୟାଙ୍କର ପୁଞ୍ଜି ପହଁଚାଇ ଆର୍ଥିକ ଗତିବିଧିକୁ ମଜବୁତ୍ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ବ୍ୟାଙ୍କ୍ କେବଳ ଯେ ଧନୀକ ଶ୍ରେଣୀ ଲୋକ ବା ଥିଲା ବାଲାଙ୍କର ସେ ଯୁଗର ଅନ୍ତ ଘଟିଛିା  ପୂର୍ବେ ଧନୀକ ଶ୍ରେଣୀର ଲୋକମାନଙ୍କର ବ୍ୟାଙ୍କ ଖାତା ଥିବା ବେଳେ ଏବେ ଗରିବରୁ ଗରିବ ଲୋକଙ୍କର ବ୍ୟାଙ୍କ୍ ଖାତା ରହିଛି । ନରେନ୍ଦ୍ର ମୋଦିଙ୍କ ସରକାର ହେଲା ପରେ ଗରିବ ଲୋକଙ୍କର ବ୍ୟାଙ୍କ୍ ଖାତା ଅଧିକ ଖୋଲାଯାଇଛି । ଏବେ ଗରିବରୁ ଗରିବ ଲୋକମାନେ ବ୍ୟାଙ୍କ୍ ଦ୍ୱାରା ଋଣ ଓ ଅନ୍ୟାନ୍ୟ ସୁବିଧା ପାଇପାରୁଛନ୍ତିା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିଭିନ୍ନ କ୍ଷେତ୍ରକୁ ମୋଟ ୨ ଲକ୍ଷ କୋଟି ଟଙ୍କା ଋଣ ବାବଦକୁ ବ୍ୟାଙ୍କ୍ ଦେଇଛି । ଏହି ଋଣ ଭିତରେ ଓଡିଶାର ଏସଏସଜି ଭଉଣୀମାନେ ୩୬ ହଜାର କୋଟି ଟଙ୍କା ନେଇଛନ୍ତି ଏବଂ ଏହି ଏସଏସଜି ଭଉଣୀମାନେ ଋଣ ନେଇ ସମୟ ଭିତରେ ଶତପ୍ରତିଶତ ଋଣ ପରିଶୋଧ କରୁଛନ୍ତି । ତେଣୁ ଏହି ଟଙ୍କା ଋଣ କ୍ଷମତାକୁ ଆହୁରି ବୃଦ୍ଧି କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆର୍ଥିକ ସହାୟତା ଦେବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।

ଭାରତ ସରକାର ଗରିବ ଲୋକଙ୍କ ନିମନ୍ତେ ବ୍ୟାଙ୍କମାନଙ୍କୁ ଫାଇନାନ୍ସ କରିବା ପାଇଁ ୭୦ ହଜାର କୋଟି ଟଙ୍କା ଦେଇଛନ୍ତି । ବିଭିନ୍ନ ଅର୍ଥତୈନିକ ସୁଧାର ବ୍ୟବସ୍ଥା ହାତକୁ ନିଆଯାଇଛି । କର୍ପୋରେଟ୍ ଟ୍ୟାକ୍ସ ହାରକୁ ହ୍ରାସ କରାଯାଇଥିବା ବେଳେ ମାନୁଫ୍ୟାକଚର୍ କ୍ଲଷ୍ଟରିଂ ବଢିବା ପାଇଁ ପ୍ରତ୍ସାହୋନ ଦିଆଯାଇଛି । ସେହିପରି ଓଡିଶାରେ ଘର ତିଆରି ସେକ୍ଟରରେ ଋଣ ଦେବା ପାଇଁ ଟଙ୍କା ବଢାଇବାର ବ୍ୟବସ୍ଥା କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ପଇସାକୁ ମିଶାଇ ଋଣ ନେଇ ଭଲ ଘର କରିବାର ଆବଶ୍ୟକାତା ରହିଛି । ତେଣୁ ଓଡିଶାର ହାଉସିଂ ସେକ୍ଟର ଋଣ ଅଧିକ ବଢେଇବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.