ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା 

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ  ଗଜପତି ଜିଲ୍ଲା ଭାଜପା ପକ୍ଷରୁ  ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ  ଗାନ୍ଧୀ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ  ଜଗନ୍ନାଥ ମନ୍ଦିର ପରିସର ରୁ ଏକ ବିରାଟ ପଦଯାତ୍ରାରେ ଭାଜପାର  ବ୍ରହ୍ମପୁର ସାଂସଦ କ୍ଷେତ୍ର ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ବାହାରିଥିଲା ।

    ପଦଯାତ୍ରାରେ  ଗାନ୍ଧୀଙ୍କ ନିତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାଜକୁ ସ୍ଲୋଗାନ ମାଧ୍ୟମରେ  ସମଗ୍ର ସହର ପରିକ୍ରମା କରି ଜନ ସଚେତନ କରାଇଥିଲେ । ଏହି ଅବସରରେ ବିଭିନ୍ନ ଛକ ସ୍ଥାନ ମାନଙ୍କରେ  ପଥପ୍ରାନ୍ତ ସଭା- ଭାଷଣ  ଦେଇଥିଲେ । 

   ଏହି ଅବସରରେ  ସଂଯୋଜକ ଶ୍ରୀ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ,  ଭାରତୀୟ ଜନତା ପାର୍ଟି ଆଜି ଗାଁ ଗାଁ’ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ କରିଛି । ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ନରେନ୍ଦ୍ର ମୋଦୀ ସରକାର ସବକା ସାଥ ସବକା ବିଶ୍ବାଶ୍ ଓ ବିକାଶ କଥା କହିଛନ୍ତି । ନରେନ୍ଦ୍ର ମୋଦୀ ସରକାର ଯେଉଁ ବ୍ୟବସ୍ଥା ସବୁ ପରିବେଶ ସ୍ୱଚ୍ଛ ରଖିବା ,  ସମାଜରେ ଗଛ ଲଗାଇବା ଓ ପର୍ଯାବରଣକୁ ଠିକ ରଖିବା , ସମାଜ ସ୍ୱଚ୍ଛ ରହିଲେ ସମାଜ ବିକଶିତ ହେବ , ଏ କଥା ସବୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ଗାଁ କୁ ଗାଁ ଯାଇ ସାଧାରଣ ଜନତାଙ୍କ ସହ ମିଶି ଏକଜୁଟ କରି ଭାରତ ବର୍ଷକୁ ସ୍ୱଚ୍ଛ ରଖିବା ଓ ବିକଶିତ କରିବା ଏ ନେଇ ଭାଜପା ଆଜି ଏହି ସଂକଳ୍ପ ଯାତ୍ରାରେ ବାହାରିଛି ।

    ଅନ୍ୟ ପକ୍ଷରେ  ମହାତ୍ମାଗାନ୍ଧୀଙ୍କ ନିତି-ଆଦର୍ଶ ଓ ଅହିଂସାର ସମସ୍ତ ବ୍ୟବସ୍ଥା କୁ କେନ୍ଦ୍ର ସରକାର , ଭାଜପା ଗାଁ ଗାଁରେ ପହଞ୍ଚାଇବାର ସଂକଳ୍ପ ନେଇଛି । ମହାତ୍ମାଗାନ୍ଧୀଙ୍କ କଥାକୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜିଲ୍ଲା ଭାଜପାର କର୍ମକର୍ତ୍ତା ନେତା ଏବଂ ସରକାର ଆମେ ସମସ୍ତେ ପାଳନ କରିବାର ଏକ ସଂକଳ୍ପ ନେଇଛୁ ।

     ଗାଁରେ ପ୍ଲାଷ୍ଟିକ ବର୍ଜନ ହେଉ , ପରିବେଶକୁ ସଫା ରଖିବା ହେଉ , ଗଛ ଲଗାଇବା ହେଉ , ନିଶା ବିହୀନ ସମାଜ ତିଆରି କରିବା ହେଉ , ସମସ୍ତ କଥାକୁ ସମାଜର ସାମୁହିକ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଭାରତୀୟ ଜନତା ପାର୍ଟି ଏହି ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି ବୋଲି କହିଥିଲେ ।

     ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ. ନାରାୟଣ ରାଓ , ଜିଲ୍ଲା ସଭାପତି ଜି .ଭେଙ୍କଟ ରାବନା , ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରା , ଜଗନ୍ନାଥ ମହାପାତ୍ର , ତ୍ରିପତି ନାୟକ , ଚିତ୍ରି ସିମାଦ୍ରି ,ସୁନିଲ ମହାପାତ୍ର , ଅରୁଣିମା ସାହୁ , ବିମଳା ସାମଲ , ପି. କ୍ରିଷ୍ଣା , ବବୁନା ବେହେରା , ନୃସିଂହ ଚରଣ ପଟ୍ଟନାୟକ , ମୁଲି ଗୋପାଳ ରାଓ ଙ୍କ ସମେତ ବହୁ ସଂଖ୍ୟାରେ ମୋଦି ପ୍ରେମୀ, ନେତା କର୍ମୀ ଓ ଶୁଭେଚ୍ଛୁ ମାନେ ଯୋଗଦେଇ ପଦଯାତ୍ରାରେ ଯାଇଥିଲେ ।

Leave A Reply

Your email address will not be published.