ବିଟିଏମ୍ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ବିଧାୟକ ଟଙ୍କଧର ତ୍ରିପାଠୀ କଲେ ସ୍ୱାଗତ
ଝାରସୁଗୁଡ଼ା, ୬/୧୧: ଝାରସୁଗୁଡ଼ା ସହରସ୍ଥିତ ବିଟିଏମ୍ କାର୍ଯ୍ୟାଳୟରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ମଣ୍ଡଳର ନନ୍ଦମୁଣ୍ଡା ଓ ଟେଣ୍ଟଲାମାଲ ଗ୍ରାମର ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଆଦର୍ଶ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗ ଦେଇଥିବା ଜଣାପଡ଼ିଛି।
ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ମଦନ ପ୍ରଧାନ, ଆନନ୍ଦ ସୁରିନ, ଚିନ୍ତାମଣି ଲୋହାର, ମହେନ୍ଦ୍ର କିସାନ, ଅଜୟ ମୁଣ୍ଡା, ସଞ୍ଜୟ ଡୁଙ୍ଗଡୁଙ୍ଗ, ହରେନ୍ଦ୍ର କିସାନ, କାର୍ତ୍ତିକ କିସାନ, ଉପେନ୍ଦ୍ର କିସାନ, ସନ୍ତୋଷ କିସାନ, ପବିତ୍ର କିସାନ, ପ୍ରଫୁଲ୍ଲ ସିଂ ନାଏକ, ସୋମନାଥ କିସାନ, ପ୍ରେମ କିସାନ, ଘସିଆ କିସାନ, ଭଗବତୀ କିସାନ, ମଥୁରା କିସାନ, ମହାରଙ୍ଗୀ କିସାନ, ସୁଶାନ୍ତ କିସାନ ଓ ସାବନ ମୁଣ୍ଡା ପ୍ରମୁଖ ରହିଛନ୍ତି।
ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନବାଗତ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଜେପି ପରିବାରକୁ ସ୍ୱାଗତ କରିଥିଲେ। ସେମାନଙ୍କ ଯୋଗଦାନ ଫଳରେ ଝାରସୁଗୁଡ଼ା ଓ ଲଇକେରା ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ନେତୃବୃନ୍ଦ ମତପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ଝାରସୁଗୁଡ଼ା ଅଞ୍ଚଳରେ ବିଜେପି ସଂଗଠନକୁ ଆହୁରି ମଜବୁତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ଭାବେ ଯୋଗଦେଇଥିବା କର୍ମୀମାନେ କହିଥିଲେ।
ଏହି ମିଶ୍ରଣ ପର୍ବରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ବିଜେପି ନେତା ପ୍ରେମସେନ ରାୟ, ନେତାଜୀ ପଟ୍ଟନାୟକ ଓ ଉଦ୍ଧବ ସିଂ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।