ଚାଷଜମିକୁ ପାଣି ଯୋଗାଣ ଦାବିରେ ଜୁନାଗଡ଼ ଏନ ଏଚ 26 ଠାରେ ରାସ୍ତା ଅବରୋଧ କଲେ ଚାଷୀ।

0 2

 

ପ୍ରଭାବଶାଳୀ ବ୍ୟକ୍ତି କରିଛନ୍ତି  କେନାଲର ଗତିପଥକୁ ଅବରୋଧ !!

ଜୁନାଗଡ/ ଆଦିତ୍ୟ ମହାନ୍ତି :  ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଂଚାୟତ ରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମିକୁ କେନାଲ ରୁ ପାଣି ଯୋଗାଣରେ ବ୍ୟାହତ ହେଉଥିବା ବେଳେ ଛୋରିଅl ଗଡ଼ ଠାରୁ କିଛି ପ୍ରଭାବଶାଳୀ ବ୍ୟକ୍ତି କେନାଲର ଗତିପଥକୁ ଅବରୋଧ କରି ରଖିଥିବା ଅଭିଯୋଗ ହୋଇଛି ଯାହା ଫଳରେ ତଳ ମୁଣ୍ଡ ରେ ଥିବା ଆଟିଗାଁ ଓ ତଲମଲା ପଂଚାୟତ ଚାଷଜମି କୁ ଦୀର୍ଘ ବର୍ଷ ହେବ ପାଣି ମାଡୁନାହିଁ। ଇନ୍ଦ୍ରାବତୀ କୁସୁମଖୁଣ୍ଟି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ବେଳେ ଚାଷୀ ପ୍ରତିବର୍ଷ ଜଳକର ଖଜଣା ଭରି ଆର୍ଥିକ ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ଦାବିରେ ମିଚlଗାଁ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ ସଭାପତି ଯଶୋବନ୍ତ ପ୍ରଧାନୀ,ତଲମଲା ସରପଞ୍ଚ ଦୁଶିଳା ମାଝୀ, ଆଟିଗାଁ ସରପଞ୍ଚ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜୁନାଗଡ଼ ହାତୀନଦୀ ଉପରେ ସକାଳ ୧୦ ଘଣ୍ଟା ରୁ ରାସ୍ତା ଅବରୋଧ କରି ରଖିବା ଫଳରେ ଜାତୀୟ ରାଜପଥ ୨୬ ଭବାନୀପାଟଣା ଜୟପୁର ଓ ଧର୍ମଗଡ ମୁଖୀଗୁଡା ମଧ୍ୟରେ ଯାତାୟାତ ଠପ ହୋଇପଡିଛି।

Leave A Reply

Your email address will not be published.