ନୂଆପଡ଼ା,(ଅମିତ ପୁରୋହିତ) ; ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ତରଫରୁ ୬୫ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି । ସୁନାବେଡା ବନଖଣ୍ଡ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆରସିସିଏଫ ଭବାନୀପାଟଣା ଅଭିରାମ ନାୟକ, ସମ୍ମାନୀତ ଅତିଥି ଅବସରପ୍ରାପ୍ତ ଖଡିଆଳ କଲେଜ ଅଧ୍ୟକ୍ଷ ମେଜର ରାମ ଚନ୍ଦ୍ର ମିଶ୍ର, ଅଧ୍ୟାପିକା ଡ. ଗିତାଶ୍ରୀ ପ୍ରୟମ୍ବଦା, ଖଡିଆଳ ଜୁନିୟର କଲେଜ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, ଏସିଏଫ ସୁନାବେଡା ରଜନୀକାନ୍ତ ରାଉତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସୁନାବେଡା ଅଭୟାରଣ୍ୟ ଓ ଉପାନ୍ତ ଅଞ୍ଚଳରୁ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ । ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା, ସଂରକ୍ଷଣ, ଅଭିବୃଦ୍ଧି ତଥା ସେମାନଙ୍କ ବାସସ୍ଥଳୀ ଗୁଡିକୁ ସୁରକ୍ଷିତ ରଖିବା ଆମ ମାନଙ୍କ ପ୍ରଧାନ ଦାୟିତ୍ୱ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଅବସରରେ ଏକ ସଚେତନତା ର୍ୟାଲି ନୂଆପଡା ନଗର ପରିକ୍ରମା କରିଥିଲା । ସାଲେଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସରସ୍ୱତୀ ଶବରଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ସଚେତନତା ମୂଳକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୁନାବେଡା ବନ୍ୟପ୍ରାଣୀ ରେଞର ଦିଲିପ ଚମ୍ପତି ରାଏ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post