ଗାନ୍ଧୀଜୀ ଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ

0 2

ନୂଆପଡ଼ା,(ଅମିତ ପୁରୋହିତ) ; ସଦର ବ୍ଲକ ଅନ୍ତର୍ଗତ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରାଯାଇଥିଲା । ଏନେଇ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଗାନ୍ଧୀଜିଙ୍କ ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ଏମଏସଏସ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ୱାରା ରାମଧୂନ ପରିବେଷଣ କରାଯାଇଥିଲା । ଆୟୋଜିତ ସଭାରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ଙ୍କ ଅଧ୍ୟକ୍ଷତାରେ କଲାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିବା ବେଳେ ଓକିଲ ସଂଘର ସଭାପତି ପ୍ରସନ୍ନ ପାଢୀ, କଲାହାଣ୍ଡି ଲୋକସଭା ସାଂସଦ ପ୍ରତିନିଧି ହୋମ ସିଂ ମାଝୀ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁସାନ୍ତ ପତି,ବରିଷ୍ଠ  ସମାଜସେବୀ ସୁରେଶ ଅଗ୍ରବାଲ, ଆଦି ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ନେସନାଲ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଶୋକ କୁମାର ପତ୍ତନାୟକ ମୁଖ୍ୟବକ୍ତା ଗାନ୍ଧୀଜୀ ଙ୍କ ଆଦର୍ଶ ଜିବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଓଡିଶା ସାହିତ୍ୟ ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ମରଣିକା  ଗାନ୍ଧୀ ଦର୍ପଣ ଉନ୍ମୋଚନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନକାରୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଅତିଥିମାନଙ୍କ ଦ୍ୱାରା ବନ୍ୟପ୍ରାଣୀ ବିଭାଗ ତରଫରୁ ଉଦ୍ୟାନରେ ବୃକ୍ଷରୋପଣ କରାଯାଇଥିଲା ।     

Leave A Reply

Your email address will not be published.