ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ: ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପ୍ରଶାସନ ମିଳିତ ରୂପେ କଲେ ସଚେତନ 

0 2

ନୂଆପଡ଼ା,(ଅମିତ ପୁରୋହିତ ): ସ୍ଥାନୀୟ ନ୍ୟାସନାଲ କଲେଜ ଠାରେ ଆଞ୍ଚଳିକ ପରିବହନ ବିଭାଗ, ପୁଲିସ ପ୍ରଶାସନ ଓ କଲେଜର ଏନଏସଏସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇ ଯାଇଛି । ଆରଟିଓ ପ୍ରଶାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଏସପି ବିନିତ ଅଗ୍ରୱାଲ ମୁଖ୍ୟ ଅତିଥି, କଲେଜ ଅଧ୍ୟାପକ କିଶୋର କୁମାର ବାରିକ, ସୁରେନ୍ଦ୍ର ମୋହନ ଦାସ, ଗଜେନ୍ଦ୍ର ପ୍ରସାଦ ନାୟକ, ନୃସିଂ ଚରଣ ସାହୁ, ଇଶ୍ୱର ପଟେଲ, ଖରିଆରରୋଡ ମାରୁତି ଅଟୋ ମାଲିକ ପ୍ରେମକୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । କଲେଜ ଅଧ୍ୟାପକ କପିଲଦେବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଏଠାରେ ସଡକ ସୁରକ୍ଷାର ନିୟମ କାନୁନ ଉପରେ କଲେଜ ଛାତ୍ରଛାତ୍ରୀଙ୍କୁ ଏସପି ଶ୍ରୀ ଅଗ୍ରୱାଲ ଓ ଆରଟିଓ ଶ୍ରୀ ପରିଡା ଅବଗତ କରିଥିଲେ । ମଧ୍ୟାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ନ୍ୟାସନାଲ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଫ୍ଲାଗ କାର୍ଡ ଓ ମାଇକ ସାହାର୍ଯ୍ୟରେ ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରିଥିଲେ । ତାଙ୍କର ପଛରେ ପୁଲିସ କନେଷ୍ଟବଲ ମାନେ ହେଲମେଟ ଲଗାଇ ବାଇକ ଚଲାଇ ଲୋକଙ୍କୁ ସଚେତନ କରିଥିଲେ । ଏକତା ଛକ ନିକଟରେ କଲେଜ ଛାତ୍ରଛାତ୍ରୀ ମାନେ ହେଲମେଟ ଓ ସିଟବେଲ୍ଟ ବ୍ୟବହାରକାରୀ ଗାଡି ଚାଳକ ମାନଙ୍କୁ ଅଟକାଇ ଗୋଲାପ ଫୁଳ ଦେଇ ଉତ୍ସାହିତ  କରିଥିଲେ । ପୁଲିସ ବିଭାଗର ଆରଆଇ ପଙ୍କଜ ନାଏକ, ସଦର ଆଇଆଇସି ଆଦିତ୍ୟ ମହାକୁଡ ସମେତ ଅଧିକାରୀ ମାନେ ଉପସ୍ଥିତ ଥିଲେ । 

 

Leave A Reply

Your email address will not be published.