ମେଲଛାମୁଣ୍ଡା ଥାନା ପକ୍ଷରୁ ଟ୍ରାଫିକ ସଚେତନତା ରାଲି 

0 2

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ପୋଲିସ ପକ୍ଷରୁ ବୁଧବାର ଏକ ଟ୍ରାଫିକ ସଚେତନତା ରାଲି  ଅନୁଷ୍ଠିତ ହୋଇଯାଇଛି । ବରଗଡ ଏସ.ପି ଙ୍କ  ନିର୍ଦ୍ଦେଶକ୍ରମେ ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ମେଲଛାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଏବଂ ପୋଲିସ କର୍ମଚାରି ମାନେ ଦୃତଗତି ମହାବିପତି, ସଡକ ସୁରକ୍ଷା ଜୀବନ ରକ୍ଷା, ହେଲମେଟ ପିନ୍ଧନ୍ତୁ ଜୀବନ ବଂଚାନ୍ତୁ, ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ ଆଦି ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ । ଥାନା ପରିସରରୁ ଉକ୍ତ ର୍ୟାଲି ବାହାରି ବିଜୁଛକ, ବସଷ୍ଟାଣ୍ଡ, କେଲେଣ୍ଡା ଛକ ଆଦି ପରିକ୍ରମା କରାଯାଇଥିଲା । ରାସ୍ତା ଦେଇ ଯାଉଥିବା ବାଇକ ଚାଳକ ମାନଙ୍କୁ ହେଲମେଟ ବ୍ୟବହାର ପାଇଁ ପୋଲିସ କର୍ମଚାରୀ ମାନେ ପରାମର୍ଶ ଦେଉଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏ.ଏସ.ଆଇ ଦିଲିପ କୁମାର ଦେହୁରୀ, ଏସ.କେ ସନବଡ ସମେତ ସମସ୍ତ ପୋଲିସ କର୍ମଚାରୀ, ମେଲଛାମୁଣ୍ଡା ଗାଁ କମିଟି ସଦସ୍ୟ, ଶିଶୁମନ୍ଦିର ପରିଚାଳନା ସମିତି ସଂପାଦକ ସଂଜିବ ନାୟକ, ସନ୍ତୋଷ ମେହେର, ଅମିୟ ଆଚାର୍ୟ୍ୟ, ପ୍ରଶାନ୍ତ ଦେବତା ଓ ଗୁରୁଜୀ ଗଣ ପୂର୍ଣ୍ଣ ସହ ଯୋଗ କରିଥିଲେ । ଭାରପ୍ରାପ୍ତ ଥାନାଧିକାରୀ ଗୋଚ୍ଛାୟତଙ୍କ ଏହି ସଚେତନତାଧର୍ମି ଉଦ୍ୟମକୁ ବୁଦ୍ଧିଜୀବି ମହଳରେ ପ୍ରଂଶସା କରାଯାଇଛି ।      

 

 

Leave A Reply

Your email address will not be published.