ବିଧାୟକ ସଫା କଲେ ଅଳିଆ…!

0 2

ଗୁଣପୁର ରୁ ସିଦ୍ଧାର୍ଥ ଦାଶ :ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ବିଧାୟକ ରଘୁନାଥ ଗାମଙ୍ଗ ତାଙ୍କ ସମର୍ଥକ ଙ୍କୁ ନେଇ ଗୁଣପୁର ନୂତନ ବସ ଷ୍ଟାଣ୍ଡ ଠାରେ  ରହିଥିବା ଅଳିଆ ସଫା କରିଵା ନିମନ୍ତେ ଅଣ୍ଟା ଭିଡି ଆଗେଇ ଆସିଥିିଲେ ।  ପୋୖର ପରିଷଦ ଏବଂ ନୂତନ ବସଷ୍ଟାଣ୍ଡ ପରିସରର ରେ ଜମିରହିଥିବା ଅଳିଆ କୁ ଉଠାଇ ନେବା ଦିଗରେ ପଦକ୍ଷେପ ନେବା  ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ପୋୖର ପାରିଷଦଙ୍କୁ ଅନୁରୋଧ କରାଯାଇଥିଲା । ଏନେଇ ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ନଜରକୁ ଆସିନାହିଁ । କିନ୍ତୁ ଆଜିର ଦିବସରେ ବିଧାୟକଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ସକରାତ୍ମକ ମନୋଭାବ ପ୍ରକାଶ ପାଇଛି । ବିରୋଧୀ ଗୋଷ୍ଠୀ ଆଜିର ସଫେଇ କାର୍ଯ୍ୟକ୍ରମ ପ୍ରତି ନକରାତ୍ମକ ମନୋଭାବ ପୋଷଣ କରି ଏହା ବିଧାୟକଙ୍କ ଫୋଟ ପୋଜ ବୋଲି କହୁଥିବା ବେଳେ ସ୍ଥାନୀୟ ଶ୍ରୀନିବାସ ନଗରବାସୀ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରି, ସାହିର ଉପର ମୁଣ୍ଡରେ ରହିଥିବା କୃତ୍ରିମ ହ୍ରଦ କୁ ପୋତା ଯିବାର ବ୍ୟବସ୍ଥା କରାଯିବା ସହ ପରିଷଦକୁ ଆବର୍ଜନା ମୁକ୍ତ କରା ଯିବ ବୋଲି ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.