ପଦ୍ମପୁର :- ପଦ୍ମପୁର ପୋଲିସର କଡା ପଦକ୍ଷେପ ପରେ ବି ଅଞ୍ଚଳ ରେ ଲୁଚା ଛପାରେ ଚାଲିଛି । ହେଲେ ନିଶା ବେପାରୀ ଡାଲେ ଡାଲେ ଗଲେ ପୋଲିସ ପତରେ ପତରେ। ଦୁଇ ଚାରି ଦିନ ଅନ୍ତରରେ ଉପଖଣ୍ଡ ର କୋଣସି ନା କୋଣସି ସ୍ଥାନରେ ପୋଲିସ ହାତରେ ଧରା ପଡୁଛନ୍ତି ଯୁବସମାଜକୁ ନିଶା ମୁଖକୁ ଠେଲି ଦେଉଥିବା ନିଶା ବେପାରୀ । ଆଜି ପୁଣି ପଦ୍ମପୁର ପୋଲିସର ପେଟ୍ରୋଲିଂ ସମୟରେ ଅଞ୍ଚଳ ମହାବିଦ୍ୟାଳୟ ନିକଟରେ ବରିକେଲ ଗ୍ରାମର ବେଦବର ମେହେର ୨୭୦ଗୋଟି କପସିରପ ଜବତ କରାଯାଇଛି ଏବଂ ପଦ୍ମପୁର ଥାନା କେଶ ନମ୍ବର ୨୦୭/୨୦୧୯ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।ଏହି ପାଟ୍ରୋଲିଂ ରେ ଏଏସଆଇ ପବିତ୍ର ମୋହନ ବେହେରା, ହୋମଗାର୍ଡ ଠାକୁର ନେଟି ଓ ଭରତ ବାରିକ ଉପସ୍ଥିତ ଥିଲେ । ସେ ଏହାକୁ ବିକ୍ରି କରିବା ପାଇଁ ନେଉଥିଲା ବୋଲି ଜଣାପଡିଛି। ବେଦବର ମେହେର ଆଗରୁ ମଧ୍ୟ କପସିରପ କେଶର ସମ୍ପୄକ୍ତ ଥିବା ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।