ଗାନ୍ଧୀ ଜୟନ୍ତୀ ଅବସରରେ ପଦ୍ମପୁର ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା ରାଲି ।

0 2

ପଦ୍ମପୁର/ଶାସକପ୍ରଶାସକ- ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ପବିତ୍ର ଜନ୍ମ ଦିବସ ତଥା ଜୟନ୍ତୀ ଅବସରରେ ପଦ୍ମପୁର ପୋଲିସ ତରଫରୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି ।ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ନେତୄତ୍ବରେ ଏକ ସଚେତନତା ରାଲି ଆୟୋଜିତ କରାଯାଇଥିଲା ।ଏହି ରାଲିରେ ଜେନିଥ ଦ ଲାୟନ୍ସ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ ସ୍ଲୋଗାନ ଥିବା କାର୍ଡ ଧରି ସହର ପରିକ୍ରମା କରିବା ସହିତ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଥିଲେ ।ଏହି ରାଲିକୁ ପଦ୍ମପୁର।ପୋଲିସ ପକ୍ଷରୁ  ଏସଆଇ ସୌମ୍ୟରଞ୍ଜନ ପାତ୍ର, ହାବିଲଦାର ହେମାନନ୍ଦ ସାହୁ, ଓଏପିଏଫ ନାଗେଶ ପାଙ୍ଗି,କନେଷ୍ଟବଳ ହିତେଶ୍ବର ପାଣ୍ଡେ ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.