ଗଜାଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ

0 2

ରେଢାଖୋଲ /ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ ମହାଲକ୍ଷ୍ମୀ ଯୁବକ ସଂଘ ଗୋଧିଢିପ ଆନୁକୁଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ହେବାକୁ ଥିବା  ଗଜଲକ୍ଷ୍ମୀ ପୂଜା  ଅବସରରେ ସଂଘର ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ କ୍ଲବ୍ର ସଭାଗୃହରେ ଅନୁଷ୍ଠିତ  ହୋଇଯାଇଛି । ଏହି ବୈଠକରେ  ସଂଘର ବିଭିନ୍ନ ଜନହିତକର କାର୍ଯ୍ୟାବଳୀ ତଥା ଆଗାମୀ ଦିନରେ ସଂଘ କିଭଳି ଜନହିତକାର କାର୍ଯ୍ୟ କରିବ ସେସଂପର୍କରେ ଆଲୋଚନା କରାଯାଇଥିଲା ।ଆସନ୍ତା ୧୨ ଅକ୍ଟୋବର ୧୨ ତାରିଖରେ ହେବାକୁ ଥିବା ଗଜଲକ୍ଷ୍ମୀପୂଜାର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ସଂପାଦକ ହଳଧର ସାହୁ ଆଲୋଚନାରେ ଭାଗନେଇ କ୍ଲବ୍ କିପରି ଜନସେବା ଦିଗରେ କାମ କରିବ ସେ ସଂପର୍କରେ ମତାମତ ରଖିଥିଲେ ।  ସହ ସଂପାଦକ ନୀଳାମ୍ବର ସାହୁ ଧନ୍ୟବାଦ ଦେଇଥିଲେ । ବୈଠକରେ ସଭ୍ୟ ରମାନନ୍ଦ ସାହୁ , ରାହାସ ରାଉଳ , ତରଣୀସେନ୍ ରାଉଳ , ଲିଙ୍କନ ବିଶ୍ୱାଳ ,ସୁଧିର ରାଉଳ ,ବବୁ ଦାସ, ତ୍ରିଲୋଚନ ସାହୁ , ବିରେନ୍ ଦାସ, ବବୁଲୁ ବିଶ୍ୱାଳ , ଗୌତମ ମାଝୀ ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.