ନୟାଗଡରେ ବରିଷ୍ଠ ଜନଦିବସ : ବାର୍ଦ୍ଧକ୍ୟ ନୁହେଁ ଏକ ଆଭିଶାପ

0 2

ନୟାଗଡ(ବିଶ୍ୱଜିତ ନାୟକ) – ନୟାଗଡ ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ପାଳିତ ହୋଇଯାଇଛି ବରିଷ୍ଠ ଜନ ଦିବସ ବା ବରିଷ୍ଠ ନାଗରିକ ଦିବସ।ଏଥିରେ ଚିକିତ୍ସାଳୟର CDMO,ADM ଓ ଅନେକ ପଦାଧିକାରୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ସହର ଓ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଆଶାକର୍ମୀ ଏବଂ ନୟାଗଡ ସହରର ବରିଷ୍ଠ ନାଗରିକ ଏହି ସଭାଟିରେ ଯୋଗ ଦେଇଥିଲେ।ବରିଷ୍ଠ ନାଗରିକ କିପରି ଆମ ସମାଜରେ ସାମାଜିକ, ଅର୍ଥନୈତିକ ଓ ପାରିବାରିକ ଇତ୍ୟାଦିରେ ଅବହେଳିତ ହେଉଛନ୍ତି ତା ଉପରେ ଆଲୋକପାତ କରିଥିଲେ। ବାର୍ଦ୍ଧକ୍ୟରେ ମଣିଷକୁ ଯେଉଁ ଗୁଡ଼ାଏ ରୋଗ ହୋଇଥାଏ ତାକୁ ପ୍ରତିହତ କରିବା ପାଇଁ ଯୋଗ, ପ୍ରଣାୟମ କରିବା ପାଇଁ CDMO ପରାମର୍ଶ ଦେଇଥିଲେ ଏବଂ ସରକାରୀ କ୍ଷେତ୍ରରେ ନୟାଗଡ ଜିଲ୍ଲାର 22ଟି ସ୍ଥାନରେ ବରିଷ୍ଠ ନାଗରିକଙ୍କୁ ଯୋଗ, ପ୍ରଣାୟମ ଶିକ୍ଷା ଦିଆଯିବାର କାର୍ଯ୍ୟକ୍ରମ ଚାଲୁଅଛି ବୋଲି କହିଥିଲେ।ସରକାରୀ କ୍ଷେତ୍ରରେ କିପରି ବରିଷ୍ଠ ନାଗରିକମାନେ ସେମାନଙ୍କର ସୁବିଧା ସୁଯୋଗ ପାଇପାରିବେ ଏବଂ ଚିକିତ୍ସାଳୟକୁ ଆସୁଥିବା ବରିଷ୍ଠ ନାଗରିକମାନେ କିପରି ଚିକିତ୍ସା କ୍ଷେତ୍ରରେ ସୁବିଧା ସୁଯୋଗ ପାଇପାରିବେ ତା ଉପରେ ବରିଷ୍ଠ ନାଗରିକମାନେ ମତପୋଷଣ କରିଥିଲେ।

 

Leave A Reply

Your email address will not be published.